Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subhasree rout

Romance

3  

subhasree rout

Romance

ସ୍ମୃତିର ମିଠା ମିଠା ଚିହ୍ନ

ସ୍ମୃତିର ମିଠା ମିଠା ଚିହ୍ନ

1 min
193



ବନ୍ଦ ଆଖିରେ ତୁମ ମୁହଁ ଦିଶେ

ଓଠରେ ଗୋଟେ ମିଠା ହସ ଖେଳିଯାଏ ।

ଭୋକିଲା ପେଟର ଯନ୍ତ୍ରଣା

ଭାବନାରେ ତୁମ ଉପଶମ ପାଏ ।।


      ବୈଶାଖର ଧୁ ରୁ ଖରାର ଅନୁଭୂତି

      ତୁମ ସ୍ପର୍ଶରେ ଚନ୍ଦନର ଶୀତଳତା ବୋଳିଦିଏ ।

      ଛାତି ତଳେ ଲୁଚିରହିଥିବା ଅସଂଖ୍ୟ ଯନ୍ତ୍ରଣା

      ତୁମ ଭାବନାର ମିଠା ଛୁଆଁରେ ହଜିଯାଏ ।।


ଯଉବନ ଓ ପ୍ରୋଢ

ସମୟ ଯାହାବି ଆସିଥାଏ।

ତୁମ ପ୍ରେମ ବାସ୍ନା ରେ

ମୋତେ ପ୍ରେମିକଟିଏ କରିଦିଏ।।


     ଜୀବନର ଉଠାଣି ଓ ଗଡାଣିରେ

     ମୋତେ ଲଢିବାକୁ ସାହସ ଦିଏ ।

     ଆଉ ସବୁ ଦୋଛକି ମୁଣ୍ଡରେ

     କିଏ ମୋର ମୁଣ୍ଡ ଆଉଁସି ଦିଏ ।।


ତୁମ ସ୍ମୃତି ଏମିତି

ମୋ ଆତ୍ମା ସହ ମିଶିଛି ।

ସବୁବେଳେ ରହିଥିଵ ମୋ ପାଇଁ 

ବିସ୍ମୃତିର ମିଠା ମିଠା ଚିହ୍ନ ହୋଇ ।।


Rate this content
Log in

Similar oriya poem from Romance