Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subhasree rout

Romance

3  

subhasree rout

Romance

ମୁଁ ନାରୀ

ମୁଁ ନାରୀ

1 min
194


ମୁଁ ନାରୀ

     ନଗ୍ନତା ଚାହେଁନା

     ରୁକ୍ଷତା ଚାହେଁନା

     ଆତଙ୍କ ଚାହେଁନା

     କାର୍ପଣ୍ୟ ଚାହେଁନା

     ଭଗ୍ନତା ଚାହେଁନା ।

ମୁଁ ଚାହେଁ

     ପୂର୍ଣ୍ଣତା, ସେନେହ ଓ ପ୍ରେମର ଏକ ଉଷ୍ଣତା

     ନାରୀତ୍ବର ରଙ୍ଗରେ ରଙ୍ଗାୟିତ ହେଉ ଧରଣୀ

     ଗୋଲାପୀ ଗୋଲାପୀ ରଙ୍ଗ

     ଆଉ ଶାଶ୍ଵତ ଭାବନାର ଛିଟାରେ

     ମାଖି ହୋଇଯାଉ ସବୁରି ଦେହ ଆଉ ମନ। ।

ମୁଁ ନାରୀ

      ଛାତିରେ ଛାତିଏ ଭଲପାଇବା

      ଆଞ୍ଜୁଳାଏ ସେନେହ

      ମାତୃତ୍ଵ ର ଆଖିରେ

      ଆପଣାଇ ନିଏ ଅରୀର ମନକୁ

      ମମତାର ପରଶରେ ।

ମୁଁ ଚାହେଁ

     ଏମିତିକା ହୋଲି

     ସେନେହ ଆଉ ପ୍ରୀତିର

     ମମତା ଆଉ ବିଶ୍ୱାସର

     ଆପଣାପଣ ଆଉ ସହନଶୀଳତାର 

     ତ୍ୟାଗ ଆଉ ଭକ୍ତିର  ।


Rate this content
Log in