STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ନିନାଦିତ ସୁରେ

ନିନାଦିତ ସୁରେ

1 min
432


ଗୋପନ ନିଶିରେ ଗହନ ମମତା ଗଭୀର ଆବେଗ ସାଜି

ମଧୁରତା ଢାଳେ ପୁଲକିତ ଆଳେ ମୁଗ୍ଧ ମୁଁ 'କୋଳେ ହଜି,

ବତୁରା ଲୁହରେ ନୀରବ କୋହରେ ଆତ୍ମାର ବିଷାଦ ତେଜି 

ମୁଠା,ମୁଠା ଶ୍ରଦ୍ଧାର ଶ୍ୟାମଳ ସୁଧା ତୃପ୍ତି ହୃଦତୃଷ୍ଣା ରାଜି ।


ଭଗ୍ନବୀଣାରେ ସାତସୁର ସାଜି ମନ୍ତ୍ରସିକ୍ତ ଅଭିସାରେ

ଢଳି, ଢଳି ଆସେ ନୟନ ପ୍ରତିମା ମମତାର ପରିଧିରେ,

ପଢିଜାଣେ ବୋଲି ମା' ହୃଦ ଦରଜ ଦରଜା ଦେଇ ସଧିରେ

ତ୍ରିଭଙ୍ଗୀଛନ୍ଦେ ବନମାଳି ଧିରେ ଅଧରେ ମୁରଲୀ ସୁସ୍ଵରେ ।


ସବୁ ସମ୍ପର୍କକୁ ତେଜ୍ୟା କରିଦେଲି ତୋ ବନ୍ଧନ ଆକର୍ଷଣେ

ଅନୁରାଗ ଭରା ତୋ, ପାଇଁ ବତୁରା ମୁହୂର୍ତ୍ତର ପ୍ରତିକ୍ଷଣେ,

କର୍ପୁର ପଖଳା ଅଧାଜହ୍ନତୀରେ ତୁଳସୀ ବାସ୍ନା ମହଣେ

ନିଦ୍ରାଗଲା ଦୂରେ ନିନାଦିତ ସୁରେ କାରୁଣ୍ୟତାର ଦହନେ ।


କୋଳେ କୁମର ରତ୍ନମଣି ଦୁଃଖି ନିରିମାଖି ସମ୍ପଦ ଗୁଣି

କୋମଳ ପାଦପଦ୍ମ ଚାହିଁ ପଖାଳେ ଅଶ୍ରୁନୀରେ ଯତ୍ନେ ଫୁଣି,

ଧ୍ୟାନ ମଙ୍ଗଳ ଭାବରାଶି ଦୁଃଖ ଶୋକ ବିନାଶୁ ସବୁପ୍ରାଣୀ

ଅଧରେ ଅଧର ଆଲିଙ୍ଗନେ ଦରିଦ୍ରପ୍ରାଣ ଧନକୁ ଜିଣି ।


ଲୋକ ବେଭାର ବେଦମତ ଛାଡ଼ି ଧନ ଚିନ୍ତଇ ଅବିରତ

ଭାବ ନ ଦେଖି ଭାବାଶ୍ରିତ ପିତା, ମାତା ମୋ ପ୍ରିୟ ଅଟେ ସତ,

ମଣିକୁ ପାଇଛି ଅଜ୍ଞାନୀ ନେତ୍ର ଇନ୍ଦ୍ରଭୁବନେ ପାରିଜାତ

ତପ୍ତ ମରୁବାଲି ସୁଶୀତଳ ଝର ପାହାନ୍ତି ପ୍ରହରେ ତୃପ୍ତ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational