STORYMIRROR

RAKHAL CHANDRA SWAIN

Inspirational

4  

RAKHAL CHANDRA SWAIN

Inspirational

ଲାଗଇ ଯେମିତି

ଲାଗଇ ଯେମିତି

1 min
428

ଲାଗଇ ଯେମିତି, 

     ଗୋଟିଏ ମାଘରେ,

           ଶୀତ ଯାଏ ଅପସରି।


ଗୋଟିଏ ଅସରା ,

      ବର୍ଷା ଛାଡି ଗଲେ,

        ଛତା ଲାଗେ ଭାରି ଭାରି।


ପାଠ ସରିଗଲେ,

     ଶିକ୍ଷକ ଲାଗଇ,

           ଛାତ୍ର ପାଇଁ ଅତି ତୁଚ୍ଛ।


ଫଳ ସରିଗଲେ,

    ଥୁଣ୍ଟା ହୋଇ ଗଲେ,

          ଅଲୋଡା ଲାଗଇ ଗଛ।


ଲାଗଇ ଯେମିତି,

      ଅନ୍ନଦାତା ଛୋଟ,

            ଖେଳାଳି ଲାଗେ ବିରାଟ।


 ଛକା ଚଉକା ରେ,

     ଲାଗଇ ଯେମିତି,

           ପୁରି ଯିବ ଆମ ପେଟ।


କ୍ଷୀର ଛାଡିଦେଲେ,

     ଗାଈ ଲାଗେ ହଡ଼ା,

           କୁଟା ଖିଏ ତାକୁ ମନା।


ଦୁଃଖ ବେଳେ ଯିଏ,

       ସାଜିଥାନ୍ତି ସଖା,

        ସୁଖେ ଲାଗନ୍ତି ଅଚିହ୍ନା।


ଲାଗନ୍ତି ଅଲୋଡା,

   ପିତା ମାତା, ଯେବେ,

           ପୁତ୍ର ହୁଏ ରୋଜଗାରୀ।


ଅନ୍ନଦାତା ଲାଗେ,

    ଅଚିହ୍ନା ଅଜଣା,

          ଯେବେ ପେଟ ଯାଏ ଭରି।


ଭାବେ ନି ତ କେହି,

    ଆଜି ଅଛି ପୁତ୍ର,

         କାଲି ହେବି ନିଶ୍ଚେ ପିତା।


ନିଜ ପୁତ୍ର ଠାରୁ,

    ଯାତନା ପାଇଲେ,

          ଲାଗିବ ଅସଲ ବ୍ୟଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational