STORYMIRROR

samhita jena

Inspirational

4  

samhita jena

Inspirational

ଦୋଳ ପୂର୍ଣ୍ଣିମା

ଦୋଳ ପୂର୍ଣ୍ଣିମା

1 min
339

ବଦ୍ଧିବାକୁ କଂସ ପ୍ରଭୂ ହୃଷିକେଶ

ମଥୁରାକୁ ଗଲାବେଳେ

ବୃନ୍ଦାବନେ ଯାଇ କଲେ ରାସଲୀଳା

ମଧୁମାସ ଶେଷ କାଳେ।


ପ୍ରିତୀ କାଙ୍ଗାଳୁଣୀ ଗୋପ ଗୋପାଳୁଣୀ

ଲଳିତା,ବିଶାଖା,ରାଧା

ତେଜି ଅବଶୋଷ କରିଲେ ରାହାସ

ମନୁ ଦୂର କରି ବାଧା।


ମନୁ ଦୁଃଖ ଭୂଲି ଖେଳି ରଙ୍ଗ ହୋଲି

କାହ୍ନୁକୁ ଦେଲେ ବିଦାୟ

ବୃନ୍ଦାବନ ଲାଗେ ସେଦିନୁ ରାଧାଙ୍କୁ

କୃଷ୍ଣ ଆଉ କୃଷ୍ଣମୟ।


ରାଧାକୁ ବୁଝେଇ କହିଲେ କହ୍ନେଇ

ମାନ ତେଜ ମନୁ ରାଧା

ଯେତେ ଦିନ ଥିବ ଏ ମହୀ ମଣ୍ଡଳ

କୃଷ୍ଣ ନାମେ ଥିବ ରାଧା।


ବିରହିଣୀ ରାଧା ଝରାଇ ଲୋତକ

କହିଲେ କଳା କହ୍ନେଇ

ନାମ ନୁହେଁ ଖାଲି ନାମ ସାଥେ ପ୍ରେମ

ଥିବ ଚୀର କାଳ ରହି।


ମଧୁମାସ ଶେଷେ ଦୋଳ ଅବକାଶେ

ହୁଏ ପୂର୍ଣ୍ଣିମାର ତିଥି

ରାଧାଙ୍କ ସାଥିରେ ମାଧବ ଝୁଲନ୍ତି

ଝୁଲଣ ବେଦୀରେ ବସି।


ଦୋଳ ଦଶମୀରୁ ବାହାରି ମନ୍ଦିରୁ

ଗୋପାଳଙ୍କ କାନ୍ଧେ ବସି

ପ୍ରତି ଘରେ ପ୍ରଭୂ ହୁଅନ୍ତି ଅତିଥି

ଭକ୍ତଙ୍କର ମନ ଖୁସି।


ଗୋପାଳଙ୍କ ଘରେ କେତେ ପିଠାପଣା

ନବ ବସ୍ତ୍ର ପରିଧାନେ

ଦୋଳ ପୂର୍ଣ୍ଣିମାରେ ରାଧା ମାଧବଙ୍କୁ

ପୂଜୁଥାନ୍ତି ଆନନ୍ଦରେ।


ଫଳମୂଳ ସାଥେ ଜାତି ଜାତି ମିଠା

କେତେ ପିଠାପଣା ଖାଇ

ରଙ୍ଗ ଅବିରରେ ହୋଲିପରେ ପ୍ରଭୂ

ଯମୁନା ଯାନ୍ତି ଗାଧୋଇ।


ସର ଲବଣୀଟି ଖାଇ ପ୍ରଭୂ ଶେଷେ

ବିଜେ ହୋନ୍ତି ମନ୍ଦିରରେ

ନବ ପାଞ୍ଜିକାଟି ପଢା ହୋଇଥାଏ

ଦୋଳ ପୂର୍ଣ୍ଣିମା ତିଥିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational