STORYMIRROR

samhita jena

Inspirational

4  

samhita jena

Inspirational

ଜାଗରଣ ପର୍ବ ହୋଲି

ଜାଗରଣ ପର୍ବ ହୋଲି

1 min
311


ବସନ୍ତର ଆଗମନେ ନିର୍ମଳ ଦିଶେ ଗଗନ

ପଲ୍ଲବିତ ବୃକ୍ଷେ ଶୋଭେ କୋଇଲିର କୁହୁତାନ।


ନାନାଜାତି ପୁଷ୍ପଗୁଛେ ଶୁଭେ ଭ୍ରମର ଗୁଞ୍ଜନ

କୀଟ ସାଥେ ମଧୁମକ୍ଷୀଙ୍କର ଗୁଣୁଗୁଣୁ ଗାନ।


ମହାଶିଵ ରାତ୍ରୀ ମନେ ଆଣିଥାଏ ଜାଗରଣ

ଶୈବ ପିଠେ ଭକ୍ତି ଭରେ କରୁଥାନ୍ତି ଦୀପଦାନ।


ମଳୟ ପବନ ବହେ ଆଣିଥାଏ ଶିହରଣ

ଋତୁରାଜ କରନ୍ତି ରାଧାମାଧବଙ୍କୁ ବରଣ।


ବରଷକେ ଥରେ ପ୍ରଭୂ ପାଇ ଭକ୍ତ ନିମନ୍ତ୍ରଣ

ଉପସ୍ଥିତ ହୋଇ କରିଥାନ୍ତି ଆତିଥ୍ୟ ଗ୍ରହଣ।


ଦେଖୁ ଦେଖୁ ଉପସ୍ଥିତ ଦୋଳ ପୂର୍ଣିମାର ତିଥି

ରାଧାଙ୍କ ସାଥେ ମାଧବ ଦୋଳ ମଣ୍ଡପେ ଝୁଲନ୍ତି।


ବସନ୍ତ ଉତ୍ସବେ ପ୍ରଭୂ ମାରି ରଙ୍ଗ ପିଚକାରୀ

ଗୋପାଳୁଣୀ ସାଥେ ରାଧା ମନେଦ୍ୟନ୍ତି ପ୍ରେମ ଭରି।


ହୋଲି ପାଳିବାକୁ ସର୍ବେ ହୋଇଥାନ୍ତି ଏକାକାର।

ଉତ୍ସବ ପାଳନ୍ତି ସର୍ବେ ଭୁଲି ମନରୁ ବିକାର


ଭାଇ ଚାରାର ପରବ ମିଠା ପିଠା ଖୁଆ ଖୋଇ

ହୋଲି ଖେଳୁଥାନ୍ତି ସର୍ବେ ରଙ୍ଗ ବୋଳା ବୋଳି ହୋଇ।


ଅବିରର ରଙ୍ଗେ ମନ ଭରିଯାଏ ଆନନ୍ଦରେ

ଶ୍ରମ ବିନୋଦନ ହୁଏ ରଙ୍ଗ ବେରଙ୍ଗ ଅବିରେ।


ଜାଗରଣ ଆଣେ ହୋଲି ଅହଙ୍କାର ତେଜିବାକୁ

ହୋଲିକା ଦହନେ ଏହା ଶିକ୍ଷା ମିଳଇ ଆମକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational