STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ବାପୁଜୀ

ବାପୁଜୀ

1 min
763


ଦେଶ ଜାତି ପ୍ରୀତି ରକ୍ତେ ଯାର ସ୍ଥିତି

ପ୍ରାଣବଳି ପୁଣ୍ୟବାନ

ସମାଜେ ଅମର ଯଶ ଅକ୍ଷୟର

ସହୀଦୀର ସନମାନ ll


ଅହିଂସାର ନୀତି ବିଶ୍ୱେ ରାଜନୀତି

ଆଲୋଡନ ଦର୍ଶନର

ଧନ୍ୟ ବାପୁ ତୁମେ ଦେଶ ଇତିହାସେ

ଲେଲିହାନ ବ୍ୟକ୍ତିତ୍ୱର ll


କଥା କାମ ଏକା କାଟି ଥାଅ ସୁତା

କର୍ମେ ଥାଏ ମହାନତା 

ଅଣ୍ଟା ଥାଏ ଘଡି ହାତେ ଧରି ବାଡି

କୋଟି ହୃଦୟର ନେତା ll


ଜାନୁଆରୀ ମାସ ଜୀବନର ଶେଷ

ତିନି ଗୁଳି ଛେଦେ ବକ୍ଷ

ତିରିଶି ତାରିଖ ହେଲା ଅସ୍ତମିତ

ମହାତ୍ମା ଦେଶର ମୁଖ୍ୟ ll


ଆଠ କିମି ଦୈର୍ଘ୍ୟ ରାଜଘାଟ ପଥ 

ଲୋକାରଣ୍ୟ ଭରପୁର

ଅଶ୍ରୁଳ ବିଦାୟ ସହୀଦ ମୋହନ

ରତ୍ନ ତୁମେ ଭାରତର ll


ରବୀନ୍ଦ୍ର ଠାକୁର ଡାକେ ମହାତ୍ମାର 

ପୁରେ ପୁରେ ପରିଚିତ

ବାପୁଜୀର ନାମେ ସମ୍ମାନଯେ ଭରେ

ବିଶ୍ୱ ନେତା ବାପୁ ସେତ ll


ଚମ୍ପାରନ ଖେଡା ରାଓଲାତ ନ୍ୟାୟ

ବିରୁଦ୍ଧରେ ଆନ୍ଦୋଳନ 

ଅସହଯୋଗଯେ ଆଇନ ଅମାନ୍ୟ

ସତ୍ୟାଗ୍ରହେ ମାର ଲୁଣ ll


କର କିମ୍ବା ମର ଡାକ ସଂଗ୍ରାମର

ସୃଷ୍ଟି କରେ ଶିହରଣ

ସତ୍ୟ ନ୍ୟାୟ ଧର୍ମେ ଅହିଂସାର ମାର୍ଗେ

ପ୍ରତୀକଯେ ନ୍ୟାୟବାନ ll


ଭାତୃତ୍ୱର ବୀଜ ବୁଣେ ଦେଶ ପ୍ରେମ

ଧର୍ମ ନିରପେକ୍ଷ ନୀତି

ଗାନ୍ଧୀ ମଙ୍ଗଧର ଅଖଣ୍ଡ ଭାରତ

ଶ୍ରମେ ବିତେ ଦିନରାତି ll


ଓକିଲାତି ନେତା ଦାର୍ଶନିକ ସେବା

ସଂସ୍କାରକ ସମ୍ପାଦକ

ଚିନ୍ତା ଚେତନାରେ ମାନବର ବାଦ

ଧନ୍ୟ ତୁମେ ସାହିତ୍ୟିକ ll


ଗାନ୍ଧୀ ପାଦେ ମୋର କୋଟି ନମସ୍କାର

ସ୍ୱର୍ଗେ ଥାଇ ଦେଖ ଦେଶ

ରାମରାଜ୍ୟ ପାଇଁ ପ୍ରେରଣା ଯୋଗାଅ

ଅଧର୍ମର ହେଉ ନାଶ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational