Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ମଦ ଏଠି ଧାର୍ଯ୍ୟ

ମଦ ଏଠି ଧାର୍ଯ୍ୟ

1 min
276


ଜୀବନର ଶେଷ ସମୟେ ଆଜିବି

ମଣିଷ ଖୋଜୁଛି ମଦ

କୋକେଇ ବନ୍ଧାଠୁ ଅଘି ଶୀତଳ ତ

ଲୋଡ଼ା ହୁଏ ଏଠି ମଦ l


ମଦ ନ ଆସିଲେ ଗଛ ଗଡେ ନାହିଁ

ଚିରା ହୁଏନାହିଁ କାଠ

ମଦ ପିଇ ଦେଲେ କୁରାଢ଼ୀ ବରଷେ

କଟା ହୋଇଯାଏ କାଠ l


ମଦ ନ ପିଇଲେ ଜୁଇ ନ ହୁଅଇ

ପଡିଥାଏ ସବୁ କାଠ

ମଦ ବିନା ଏଠି ଶବ ପଡି ଥାଏ

ବୁଝ ଏ କେମିତି ପାଠ l


ଜୋର କରି ପାର ଆନନ୍ଦ ସମୟେ

ଉତ୍ସବ ସମୟେ ଭାଇ

ଶେଷ ସମୟରେ ସାଥି ହେବା ପାଇଁ

ମଦ ଖୋଜ ତୁମେ କାଇଁ l


ସେ ସମୟେ କାର ମାଆ ଯାଇ ଅଛି

ମରିଛି ବାପା କାହାର

ସେତେବେଳେ ତାର ଘର ତ ଅନ୍ଧାର

ମର୍ମାହତ ବନ୍ଧୁ କାର l


ସେ ସମୟେ ତାର ଆତ୍ମୀୟ ର ଚିନ୍ତା

କରିବ କିପରି କାର୍ଯ୍ୟ

ମେରୁଦଣ୍ଡ ତାର ଭାଙ୍ଗୀତ ଯାଇଛି

କିନ୍ତୁ ମଦ ତାଙ୍କ ଧାର୍ଯ୍ୟ l


ସେ ସମୟେ ସର୍ବେ ସାହାଯ୍ୟ କରିବା 

କଥା ଦେବାତ ସାନ୍ତ୍ୱନା

ମଦ ବିନା କିନ୍ତୁ ଜୁଇ ଜଳେ ନାହିଁ

ସ୍ବପ୍ନ ସାଜେ ଯେ ସାନ୍ତ୍ୱନା l


କେମିତି ବା ପୁଅ ଆତ୍ମୀୟ ତାହାର

କୁହତ ମଦ ଦେବେନି

କିଏବା ନ ଚାହେଁ ଶବ ଟି ତାହାର

ସତ୍କାର ଜମା ହେବନି l


ତେଣୁ ପଛେ ସିଏ ଉଦ୍ଧାର ଆଣୁସେ

ମଦ କିନ୍ତୁ ଲୋଡ଼ା ଧାର୍ଯ୍ୟ l

ଘୃତ ବିନା ଯଜ୍ଞ ନ ହୁଏ ଯେମିତି

ମଦ ବିନା ଶୁଧି କାର୍ଯ୍ୟ l


ମଦ ଏଠି ଧାର୍ଯ୍ୟ

ମଦ ଏଠି ଧାର୍ଯ୍ୟ

ମଦ ଏଠି ଧାର୍ଯ୍ୟ ।


Rate this content
Log in

Similar oriya poem from Inspirational