ବଂଶୀଚୋରି
ବଂଶୀଚୋରି
ବ୍ରହ୍ମା ଧରାଇଲେ ଅପୂର୍ଵ ମୁରଲୀ
ତୋଳେ ସେ ଅପୂର୍ଵ ଧ୍ୱନୀ
ସେ ଧ୍ୱନୀ ଶ୍ରବଣେ ପାଷାଣ ତରଳେ
ଯମୁନା ବହେ ଉଜାଣି l
ଗୋପପୁରେ କେତେ ଯୁବତୀ ନାହାଁନ୍ତି
ବଂଶୀ ଡାକୁଥାଇ ଏକା
ଜାତି କୁଳ ମାନ ତେଜିଲି କହ୍ନାଇ
ବଂଶୀ ଡାକଇ ରାଧିକା l
କୃଷ୍ଣ ଶୋଇଥାନ୍ତି କଦମ୍ବର ମୂଳେ
ବଂଶୀ ସୀମସ୍ଥାନେ ଦେଇ
ବାଟେ ଗଲେ ଦିନେ ଚତୁରୀ ରାଧିକା
ବଂଶୀଟି ନେଲେ ଚୋରାଇ l
ଯମୁନା ଚାଲନ୍ତି ରାଧିକା ସୁନ୍ଦରୀ
ବେଣୁ ଦେବେ ଜଳେ ମେଲି
ବଂଶୀଚୋର ରାଇ ଜାଣିଲେ କହ୍ନାଇ
ଅନ୍ତର୍ଯ୍ୟାମୀ ବନମାଳୀ l
ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ଗୋ ରାଧିକେ
ବଂଶୀ ମୋ ନେଇଛ ଏକା
ଚତୁରୀ ତୁମ୍ଭର ଚାତର ଜାଣଇ
ବଇଁଶୀ ନିୟମ ପକା l
ରାଧିକା ବୋଲନ୍ତି ବଂଶୀ ନିଅ କାହ୍ନା
ଜଗତେ ଚତୁର ତୁହି
ବଂଶୀ ରଟୁଥାଉ ରାଈ ବିନୋଦିନୀ
ବିନୋଦ କଳା କହ୍ନାଇ l