ପୁରୁଣା ଚାବିକାଠି
ପୁରୁଣା ଚାବିକାଠି
ପୁରୁଣା ଚାବିକାଠି
(ଶିଶୁ କବିତା)
===========
ଏକ ସହରରେ ଥିଲେ ଜଣେ ଅଧ୍ୟାପକ।
ଦର୍ଶନଶାସ୍ତ୍ରରେ ବଡ ବିଦ୍ୱାନ ସେ ଏକ।।
ପୁସ୍ତକାଳୟ ତାଙ୍କର ଥିଲା ଛୋଟ ଏକ ।
ସଂଗୃହୀତ ଥିଲା ତହିଁ ଅନେକ ପୁସ୍ତକ।।
ଆଲମାରିରେ ରଖନ୍ତି ସବୁ ତାଲା ଦେଇ।
ଯେମନ୍ତେ ପୁସ୍ତକ କିଛି ହଜି ଯିବ ନାହିଁ।।
ଦିନେ ଭାଇ ଜାଣ ଏକ ପ୍ରମାଦ ଘଟିଲା।
ଅଧ୍ୟାପକଙ୍କ ଚାବିଟି କେଣେ ରହିଗଲା।।
ଖୋଜି ସିଏ ଚାବିଟିକୁ କାହିଁ ନପାଇଲେ।
ନିଜ ଯନ୍ତ୍ରୀପୁଅକୁ ସେ ଏକଥା କହିଲେ।।
ପୁଅ ତାଙ୍କ ଲଗାଇଲେ ସାଧି ଥିବା ପାଠ।
ଚାବିଟିକୁ ଖୋଜିବାକୁ ନପାଇଲା ବାଟ।।
ଏଣୁ ଅଧ୍ୟାପକ ତାଙ୍କ ମନେ ମନେ ପାଞ୍ଚି।
କହିଲେ ସାଙ୍ଗକୁଏକ ଖୋଜିଦିଅ କୁଞ୍ଚି।।
ପୁତ୍ର ତାଙ୍କ ଭାବୁଥାଇ ଏ କଥା କେମନ୍ତ।
ବନ୍ଧୁ ଅଟଇକି ତାଙ୍କ ଏତେ ବିଦ୍ୟାବନ୍ତ।।
ଡାକରା ପାଇ ଆସିଲେ ବନ୍ଧୁ ଅଧ୍ୟାପକ ।
ଦୁଇବନ୍ଧୁ ମିଶିତହିଁ ହେଲେ ଦୁଃଖ ସୁଖ।।
ପ୍ରସଙ୍ଗରେ ବନ୍ଧୁ ଦେଲେ କୁଞ୍ଚିକଥା କହି।
ବନ୍ଧୁ କହନ୍ତି ଦିଅ ସେ ଶବ୍ଦକୋଷ ବହି।।
ଭାଗ୍ୟକୁ ବହିଟି ଟେବୁଲରେ ପଡ଼ିଥିଲା ।
ଆଣନ୍ତେ ବହି ଭିତରୁ ଚାବି ଟା ମିଳିଲା।।
ଅଶ୍ଚର୍ଯ୍ୟେ କହନ୍ତି ପୁତ୍ର ଅଧ୍ୟାପକେ ଚାହିଁ।
କେମନ୍ତ ଏ କଥା ପିତା କୁହନ୍ତୁ ବୁଝାଇ।।
ଅଧ୍ୟାପକ ବୁଝାଇଲେ ଶୁଣ ଆରେ ବାବୁ ।
ଜ୍ଞାନ ଖୋଜୁଥାଇ ବାବୁ ସମାଧାନ ସବୁ।।
କିନ୍ତୁ ବନ୍ଧୁ ପୁରୁଣା ଯେତକ ଜାଣି ଥାନ୍ତି ।
କେଉଁଠାରେ ରହିଅଛି ସମସ୍ୟାର ଗ୍ରନ୍ଥି।।
ତେଣୁ ପୁତ୍ର କହୁଛି ମୁଁ ରଖିଥା ତୁ ମନେ।
ସାଙ୍ଗଙ୍କୁ ନଭୁଲିଯିବ ଜମାବି ଜୀବନେ।।
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
