ଅହଲ୍ୟା ସ୍ତବ
ଅହଲ୍ୟା ସ୍ତବ
ଅହଲ୍ୟା ସ୍ତବ
========
ନମାମିନମାମି ପ୍ରଭୁ ରାଜୀବ ଲୋଚନ।
ଭାଗ୍ୟବଳେ ଲଭିଲି ମୁଁ ତୁମ୍ଭ ଦରଶନ।।
ପତିବ୍ରତାଅହଲ୍ୟା ମୁଁ ଗୋଉତମ ନାରୀ।
ପଥରେ ପଥର ହୋଇ ଥିଲି ଅନୁସରି ।।
ପତିଶାପ ପାଇ ମୁହିଁ ପାଷାଣୀ ଅହଲ୍ୟା।
ତବ ପଥ ଚାହିଁ ଚାହିଁ କାଳ ବିତି ଗଲା।।
ତୁମ୍ଭେ ପରଂବ୍ରହ୍ମ ପ୍ରଭୁ ବ୍ୟାପ୍ତ ଚରାଚର।
ପଦ ଥାପି ପାଷାଣୀକୁ କରିଲ ଉଦ୍ଧାର।।
ନମାମି ନମାମି ପ୍ରଭୋ ଚରାଚର ସ୍ବାମୀ।
ନମାମୀ ନମାମି ରାମ ନମାମି ନମାମି।।
ମଙ୍ଗଳ ଭବନ ପ୍ରଭୋ ଅମଙ୍ଗଳ ହାରୀ।
ନମଃ ନମଃ ଦାଶରଥି ଅବଧ ବିହାରୀ।।
ତବ ନାମ ମୋକ୍ଷଧାମ ଗତି ମୁକ୍ତି ଦାୟୀ।
ମୋକ୍ଷଦାୟୀ ତବନାମ ଯନ୍ତୁ ଭଜୁଥାଇ।।
ନମାମୀ ନମାମୀ ପ୍ରଭୋ ପରମ ପୁରୁଷ।
ନମଃ ବ୍ରହ୍ମରୂପୀ ପ୍ରଭୁ ସର୍ଵଘଟେ ବାସ।।
ନମୋ ନମଃ ପରଂବ୍ରହ୍ମ ପତିତ ତାରଣ ।
ଅନ୍ତର୍ଯ୍ୟାମୀ ପତିତ ପାବନ ନାରାୟଣ ।।
ଅହଲ୍ୟା ତାରଣ ପ୍ରଭୁ ବୈକୁଣ୍ଠ ବିହାରୀ।
ହରି ହର ଦୁଃଖ ପ୍ରଭୁ ସର୍ବଦୁଃଖହାରୀ।।
ନମାମୀ ନମାମୀ ରାମ ନୟନାଭିରାମ।
ପଥରୀ ଅହଲ୍ୟା ପଥେ କରୁଛି ପ୍ରଣାମ।। 🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
