STORYMIRROR

Arjuni charan Behera

Children

4  

Arjuni charan Behera

Children

ଶିଶୁ କବିତା ଆମର ଗ୍ରୀଷ୍ମଛୁଟି

ଶିଶୁ କବିତା ଆମର ଗ୍ରୀଷ୍ମଛୁଟି

1 min
1

   ଆମର ଗ୍ରୀଷ୍ମ ଛୁଟି 

       (ଶିଶୁ କବିତା)

  ===========

ଆସରେ ଆସ ଭଉଣୀ ଭାଇ 

     ଆମର ଗ୍ରୀଷ୍ମ ଛୁଟି।

ହାତକୁ ହାତ ମିଳାଇ ଆମେ 

      ସଭିଏଁ ଯିବା ଯୁଟି।।

ଗ୍ରୀଷମ କାଳେ ଉତ୍ତପ୍ତ ଧରା 

       ହୁଅଇ ଟାଣ ଖରା।

ସହି ନହୋଇ ଗ୍ରୀଷମ ତାତି 

    ଆଖିରୁ ଖସେ ତାରା।।

ଏ ଖରା ଛୁଟି ଦେବାରେ କାଟି 

     କରି ଗୋଟିଏ କାମ।

ଏପରି କାମ କରିଲେ ଆମେ 

     ରଖିବା ନିଶ୍ଚେ ନାମ।।

ବୈଶାଖ ଜ୍ୟେଷ୍ଠ ଏ ଦୁଇମାସ 

    ଖୋଳିବା ଆସ ଗାତ।

ଗାତରେ ଦେଇ ହାଲୁକା ମାଟି 

      ମିଶାଇ ଦେବା ଖତ।।

ଆଷାଢ଼ ମାସେ ଆସିବ ଯେବେ 

       ବରଷା କାଳ ମାଡ଼ି।

ଆମ୍ବ, ପଣସ, ଲଗେଇ ଦେବା 

    ମାଟିକୁ ଖାଲି କୋଡ଼ି।।

ନଡ଼ିଆ, ଜାମୁ, ଖଜୁରୀ, ଲିଚୁ 

     ସପେଟା ଜାମୁରୋଳ।

ସେ ଗଛ ସବୁ ହୋଇବେ ଦ୍ରୁମ 

    ଫଳିବ କେତେ ଫଳ।।

ଖାଉଛେ ଫଳ ଆମେ ତ ଯେତେ 

       ଲଗାଇ ଥିଲେ ଅଜା।

ଖାଇବେ ଫଳ  ଆମରି  ନାତି 

     ହୋଇବ କେଡ଼େ ମଜା।।

ପଥିକ ପାଇଁ ପାଦପେ ଦେବେ 

       ଶୀତଳ ତରୁ ଛାୟା।

ତରୁର ଡାଳେ ବାନ୍ଧିବେ ବସା 

      ବଗ ଓ ବଣି କୁଆ।।

ଆଦର୍ଶ ଆମ ଜାଣ ତ ସାଥୀ 

       ଆମରି ମଧୁ ବାବୁ।

ଗାଆଁ ଦାଣ୍ଡକୁ ପୋତିଲେ ଧରି 

      ସାଙ୍ଗ ସାଥୀଙ୍କୁ ସବୁ।।

ବୃକ୍ଷଟି ଅଟେ ପ୍ରାଣୀ ଜୀବନ

      ସୃଜଇ ମେଘ ଧାରା।

ବୃକ୍ଷର ଯୋଗୁଁ ନରମେ ସିନା 

      ପ୍ରବଳ ଟାଣ ଖରା।।

ଅଜ୍ଞାନେ ନର ନ ହେଜି ଏହା 

       ଜଙ୍ଗଲ କଲା ନାଶ।

ଫଳକୁ ଦେଖ କେଡ଼େ ଗ୍ରୀଷମ 

     ଧରାକୁ କରେ ଗ୍ରାସ।।

ଆସରେ ଆସ ଏ ଖରା ଛୁଟି 

    ଏମନ୍ତେ ଦେବା କାଟି।

ନୂଆ ବହିରେ ପଢ଼ିବା ପାଠ 

    ଚାହାଳୀ ଗଲେ ଫିଟି।।

          🙏🙏🙏

              ଅର୍ଜୁନୀ 

          -----------

ଅର୍ଜୁନୀ ଚରଣ ବେହେରା 

ମୋ - 7693091971


Rate this content
Log in

Similar oriya poem from Children