STORYMIRROR

Budhadeba Nayak

Classics

3  

Budhadeba Nayak

Classics

ସାବିତ୍ରୀ ଅମାବାସ୍ୟା

ସାବିତ୍ରୀ ଅମାବାସ୍ୟା

1 min
187

ଆଜିର ଦିନଟି ବହୁ ସ୍ୱାମୀ ପାଇଁ

       ଅଟଇ ଦିନ ଖୁସିର,

କାରଣ ଆଜି ତାଙ୍କ ସ୍ତ୍ରୀ ସାବିତ୍ରୀ ପିନ୍ଧିବେ

      ତାଙ୍କ ପାଇଁ ନାଲି ସିନ୍ଦୁର।

ଆଖିରେ ପିନ୍ଧିବେ କଜଳର ଗାର

     ପାଦରେ ନାଇବେ ଅଳତା,

ବରଷକ ଥରେ ଆଜି ଠାକୁରଙ୍କ

    ପାଖେ ଜାଳିବେ ସଳିତା।

ଆଜି ପାଇଁ ସବୁ ସାବିତ୍ରୀ ସାଜି 

ନିଜେ ଖୋଇ ଦେବେ ଭାତ ,

ଆଜିକ ପାଇଁ କେବଳ ସାବିତ୍ରୀ

    ଉଠେଇବେନି ସେ ହାତ।

ଧୋଇଦେବେ ତୁମ ପାଦ ସରାଗରେ

      ପିଇଦେବେ ସେଇ ପାଣି,

ସବୁଦିନର ଡାହାଣୀ ସାଜିଛି ଆଜି

      ତୁମରି ଘରର ରାଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics