STORYMIRROR

Gayatri Singh

Classics Inspirational Others

3  

Gayatri Singh

Classics Inspirational Others

କଥା ଦିଅ ନୂଆବର୍ଷ

କଥା ଦିଅ ନୂଆବର୍ଷ

1 min
112


ଏଥର ନୂଆବର୍ଷ ଆସିଛି,

ଶିଶୁ ର ହସରେ

ମାଆ ର ସ୍ନେହରେ

ବାପାଙ୍କ ତାଗିଦରେ l


ପ୍ରେମିକା ର ଅଭିମାନରେ

ପ୍ରିୟାର ଲାଜରେ 

ଘାସ ଗାଲିଚାର ମୁକ୍ତା ବିନ୍ଦୁରେ

ଗୋଲାପ ପାଖୁଡା ରେ l


ଫୁଲର ମହକ ରେ

ପ୍ରକୃତିର ସବୁଜିମା ରେ

କୁହୁଡିର ସଫେଦ ଚାଦର ରେ

ବସନ୍ତର ଝଡାପତ୍ର ରେ l


ଚିକମିକ ସୁନେଲି କିରଣରେ

ଖିଲଖିଲ ସଭିଙ୍କ ହସରେ

କଥା ଦିଅ, ନୂଆବର୍ଷ

ଚୋରାଇ ନେବନି କା' ଓଠ ର ହସ,

ତୁମେ ହେବ ଶତାଦ୍ଦୀର ଶ୍ରେଷ୍ଠ ବର୍ଷ ଟିଏ

ଆଉ ଅଭିଶାପ ବଦଳ ରେ ଆଶିର୍ବାଦ ଟିଏ ।






Rate this content
Log in

Similar oriya poem from Classics