ସତ୍ୟ ଶିବ ସୁନ୍ଦର
ସତ୍ୟ ଶିବ ସୁନ୍ଦର
କାହାକୁ କହିବି ଖରାପ ବୋଲି ମୁଁ
ସଭିଏଁ ତ ଆପଣାର
ମାଆ କେବେ କଣ କରିପାରେ ନିଜ
ସନ୍ତାନକୁ ନାରଖାର l
ହେଉ ଦୁର୍ବଳ ଅସନା ମୁରୁଖ
ଯେତେ ଅବାଧ୍ଯ ହୁଣ୍ଡା
ମାଆ କେବେ ତାକୁ ଛି କହେନାହିଁ
ବଳେଇ ଖୁଆଏ ଗୁଣ୍ଡା l
କବି ଟିଏ ଚାହେଁ କଲ୍ଯାଣ ପରା
ସାରା ଜୀବଜଗତର
ସ୍ରଷ୍ଟା ଯାହାର ମଙ୍ଗଳମୟ
କିଆଁ ତାର ଭୁଲ୍ ଧର l
ମଣିଷର ହୁଏ ଭୁଲ ବାରବାର
ମିଛେ କର କିଆଁ ଭୟ
ଜଗଦୀଶଙ୍କ ଯେ ଲୟ ରଖି ଜିଏଁ
ହୁଏ ତାର ସଦା ଜୟ l
