STORYMIRROR

Swamisri Jayadev Bharati

Classics

3  

Swamisri Jayadev Bharati

Classics

ସତ୍ୟ ଶିବ ସୁନ୍ଦର

ସତ୍ୟ ଶିବ ସୁନ୍ଦର

1 min
165

କାହାକୁ କହିବି ଖରାପ ବୋଲି ମୁଁ 

ସଭିଏଁ ତ ଆପଣାର 

ମାଆ କେବେ କଣ କରିପାରେ ନିଜ

ସନ୍ତାନକୁ ନାରଖାର l

ହେଉ ଦୁର୍ବଳ ଅସନା ମୁରୁଖ

ଯେତେ ଅବାଧ୍ଯ ହୁଣ୍ଡା

ମାଆ କେବେ ତାକୁ ଛି କହେନାହିଁ

ବଳେଇ ଖୁଆଏ ଗୁଣ୍ଡା l

କବି ଟିଏ ଚାହେଁ କଲ୍ଯାଣ ପରା 

ସାରା ଜୀବଜଗତର

ସ୍ରଷ୍ଟା ଯାହାର ମଙ୍ଗଳମୟ

କିଆଁ ତାର ଭୁଲ୍ ଧର l

ମଣିଷର ହୁଏ ଭୁଲ ବାରବାର

ମିଛେ କର କିଆଁ ଭୟ 

ଜଗଦୀଶଙ୍କ ଯେ ଲୟ ରଖି ଜିଏଁ

ହୁଏ ତାର ସଦା ଜୟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics