STORYMIRROR

Swamisri Jayadev Bharati

Classics

4  

Swamisri Jayadev Bharati

Classics

ନୂଆବର୍ଷ

ନୂଆବର୍ଷ

1 min
321

ବାରମ୍ବାର ଆସୁଥାଏ ଯାଉ ଥାଏ ଏ ନୂଆବରଷ

ଦିନକର ପାଇଁ ଆଣୁଥାଏ ଅଜସ୍ର ହରଷ

ଛୋଟ ଛୁଆ ଦେଖି ଭାବୁଥାନ୍ତି ପିତାମାତା ମୋ ଛୁଆ ବଢୁଛି

କେତେଜଣ ବୟସ୍କ ବା ଭାବୁ ଥାନ୍ତି - ନିତି ମୁଁ ମରୁଛି?


କେତେଜଣ ନେଇଥାନ୍ତି ନୂତନ ସଂକଳ୍ପ

ଛାଡିଦେବି ଜୀବନୁ ମୋ ଏଇ ଅବଗୁଣ ଖୋଜନ୍ତି ବିକଳ୍ପ 

ମଦ ନୁହେ ଗୋରସ ପିଇବି ଚା ନୁହେଁ ଲେମ୍ବୁ ପାଣି

ଖାଇବିନି ଶବର ମାଉଁସ କହିବିନି ମୁଖେ ମିଥ୍ଯା ବାଣୀ?


ହେ ମୋର ମନ! କାହାକୁ ତୁ ଉଦ୍ବୋଧିବୁ

କେଉଁ ଶବଦରେ କେଉଁ ମନ୍ତ୍ରେ ବାଣୀକି ସାଧିବୁ

ବାଗ୍ ବାଦିନୀ ବାକ୍ଯ ଦେବୀ ସଂଗୀତର ରାଣୀ

ଏଠି ପରା ସଭିଏଁ ଶିକ୍ଷିତ କାରେ ତୁହି କହିବୁ କାହାଣୀ


ସ୍ବଳ୍ପଶ୍ରମେ ସ୍ବଳ୍ପ ସମୟରେ ବହୁଧନ ଅର୍ଜିବାର ନିଶା

ମଣିଷକୁ ଘାରିଅଛି ବଡ ଘର ଗାଡି ଭୋଗର ପିପାସା

ଭୁଲିଯାଏ ମନୁଷ୍ୟ ତା ମନୁଷ୍ୟତା ଧର୍ମ

ପ୍ରମାଦୀ ଯେ ଅଳସୁଆ ତା ଦେଇ ହେବ କିବା କର୍ମ


ଘରେ ସ୍ତ୍ରୀ ମାନୁନାହିଁ କଥା ପୁଅ ଝିଅ ସଂପୂର୍ଣ୍ଣ ସ୍ବାଧିନ

ବସିଠାବେ କରନ୍ତି ନି କେହି ଈଷ୍ଟ ସ୍ତବ ଗୋମାତା କୀର୍ତ୍ତନ

ଅବସର ନେଇ ଯେବେ ଶିକ୍ଷକେ ଆସନ୍ତି

ତାସ୍ ପଶାପାଲି ପାଖେ ଅଧିକ ବସନ୍ତି 


ଯେଉଁ ଦେଶେ ଶିକ୍ଷକ ବନ୍ଧୁଏ ହେଲେ ମାଂସ ଭୋଜୀ

ଭୁଦେବ ବ୍ରାହ୍ମଣେ ହେଲେ ଚା' ଆଉ ପାନର ମଉଜୀ

ସାଧୁ ଭେକଧାରୀ ଯଦି ପିଉଥାଏ ଗଂଜେଇ କେଉଁଠି

କେହି ମନା ନ କରନ୍ତି ଏହି ଲୀଳା ଚାଲୁଛି ସବୁଠି


ସେବକ ସମାଜ ଶିକ୍ଷା ବୋଧ ଅଭାବରୁ

ମଦମାଂସ ନିଶା ମୁକ୍ତ ନ ହୁଅନ୍ତି ବହୁ କାରଣରୁ

ହେ ନୂଆବରଷ! ଗୋମାତା ବି ନାହିଁ ଯାହାଘରେ

ପାଳିବ କି ସିଏ କେଉଁ ପର୍ବ ବୁଡି ରହି ଧାର କରଜରେ।


ନୂଆକଣ ଦେଖୁଅଛ କୁହ ଖୋଲି ମୁହଁ 

ଯୁବ ଧନ ପାଲଟୁଛି ନପୁଂସକ କୁହ କିଆଁ କୁହ

ପାଣିସ୍ତର ଘୁଂଚିଲାଣି ତଳକୁ ତଳକୁ

ଖୋଜୁଛି କେ କାହିଁ ଦେଖ ସଖେ କେହିଜଣେ ଅମୃତ ଫଳକୁ?


ହେ ନୂଆବରଷ ସତେ କୁହ ଲଭୁ କି ହରଷ

ଡିଜେ ବାଦ୍ଯେ ନଗ୍ନ ନର୍ତନରେ ପାଇ କେଉଁ ସୁଖର ପରଷ

କାହିଁକି ମୁଁ ହେବି କୁହ କାହାର ନିନ୍ଦୁକ

ସତ୍ଯ ଶିବ ସୁନ୍ଦରର ଉପାସକ ମୁଁ ଯେ ଧରିବିନି ଗାଳିର ବନ୍ଧୁକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics