STORYMIRROR

Shanti Mishra

Classics

3  

Shanti Mishra

Classics

ସ୍ଵାଗତ କରୁଛି ନୂଆ ବରଷ

ସ୍ଵାଗତ କରୁଛି ନୂଆ ବରଷ

1 min
124


ହେ ନୂଆ ବରଷ! ଖୁସି ହେବୁକି ଆତଙ୍କିତ ହେବୁ

ତୁମର ଏ ଶୁଭ ଆଗମନେ l

ବିଗତ ବର୍ଷ ଗୁଡିକର କିଛି ତିକ୍ତ ଅଭିଜ୍ଞତା

ଏ ଯାଏ ଉଜ୍ଜିବିତ ଅଛି ମନେ ll


ଅନେକ କଥା କହିବାକୁ ଅଛି ତୁମକୁ ହେ

ଦୁଇ ହଜାର ତେଇଶିର ନୂଆ ବରଷ l

ଯାହା ଘଟିଗଲା ଅତୀତର ଦିନ ଗୁଡିକରେ

ଦେଖି ତଟସ୍ଥେ ରହି ଯାଇଛି ଏବେ ବି ଏ ବିଶ୍ଵ ll


କେତେ ଅଘଟଣ ଘଟିଗଲା ପୃଥିବୀ ବାସୀଙ୍କ ଉପରେ

ତୁମେ ଦେଖି ପାରି ନାହଁ ସତ l

ଅବିଶ୍ଵାସନୀୟ ଯନ୍ତ୍ରଣା ଭୋଗିଛି, କିଛି ଅଙ୍ଗେ ନିଭେଇଛି

ଅଜସ୍ର କରି ନିରବରେ ଅଶ୍ରୁପାତ ll


କିନ୍ତୁ ଏ ବର୍ଷ ତୁମେ ଆଣିଥିବ କିଛି ଶୁଭ ବାର୍ତ୍ତା ବୋଲି

ମନେ ରଖିଅଛୁ କେତେ ଆଶା ll

ଭାଙ୍ଗିବନି ଆଉ ମନ, କିଛି ଦେଖାଇ ଦୁର୍ଦ୍ଦିନ

ରଖିଲୁ ତୁମ ଉପରେ ଏତିକି ଭରଷା ll


କିଛି ଆଶ୍ଵାସନା, କିଛି ଟା ସାନ୍ତ୍ଵନା ତୁମଠୁ ପାଇବା ପାଇଁ

ଆଶାୟୀତ ନୟନେ ବସି ଅଛୁ ବାଟ ଚାହିଁ l

ଅଭିବାଦନ ଜଣାଇ, ପୁଷ୍ପ ଗୁଚ୍ଛ ଦେଇ, ଉଚ୍ଚ ସ୍ଥାନେ ବସାଇବୁ

ସ୍ଵାଗତ ସମ୍ଭାଷଣେ ତୁମକୁ ପାଛୋଟି ନେଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics