ହରାଇଲେ କେତେ ଜିତିଲେ
ହରାଇଲେ କେତେ ଜିତିଲେ
ହରାଇଲେ କେତେ ଜିତିଲେ କେତେ
ଲାଭ କି ହୁଏ ସତେ
କେତେ ବା ଯାଏ କିସ ହଜାଏ
ଆସଇ ତହିଁ କେତେ ?
ହାରିବା ଲୋକ ଦୁଃଖୀ ହୁଅଇ
ଜିଣିବା ଲୋକ ଖୁସି
ହାରିବା ପରେ ମନ୍ଦ ବୁଦ୍ଧିରେ
ଲୋକଟି ଯାଏ ରୁଷି ।
ଭିଆଏ ସେଇ ବହୁତ ହାନୀ
ହୁଏ ସବୁରି କ୍ଷତି
ଏଇ ପରିକା ଘଟଣା ନିତି
କରୁଛି ଅଗ୍ରଗତି ।
ନିତି ଦିନିଆ ଜୀବନେ ଆମ
ଯାଉଛି ବଢ଼ି ବଢ଼ି
ଖେଳିଖେଳିକା ଲଢିଲଢିକା
ଲୋକେ ବଢାନ୍ତି କଳି ।
ବେପାର ଆଉ ବଣିଜର ଯେ
ହୁଅଇ ଲାଭ କ୍ଷତି
ଏଇ ପ୍ରକ୍ରିୟା ଘେନି ଚଳୁଛି
ନିତି ଜୀବନ ଗତି ।
ହାରିଲେ କେତେ ଜିତିଲେ କେତେ
କଳନା କରେ କିଏ
ସବୁରି ମୂଳେ ଅଛି ହିସାବ
ସେହି ହିଁ ଫଳ ଦିଏ ।
ଦିଅଇ ସେହି ଅନୁସାରେ ହିଁ
ହୁଅଇ ଗବେଷଣା
ବାଛ ବିଚାର ଭେଦଭାବର
କି ଅବା ଲୋଭ ଘୃଣା ।
କରିଲେ କେତେ ମିଳଇ ଲାଭ
ହୁଅଇ କେତେ କ୍ଷତି
ସବୁକୁ ସମ ମଣଇ ଯିଏ
କରଇ ଅଗ୍ରଗତି ।
ହିସାବୀ ଲୋକ ଲୋଡ଼ଇ ସୁଖ
ପାଏ ସେ ଖାଲି ଦୁଃଖ
ହିସାବ ହୀନ ସବୁ ସମାନ
ଦେଖେ ସେ ଲଭେ ସୁଖ ।
ଶାନ୍ତି ସନ୍ତୋଷ ଶୃଙ୍ଖଳା ତୋଷ
ସାହସ ବାନ୍ଧିରହି
ହାନୀ ବା ଲାଭ କାହିଁରେ ଲୋଭ
ତାହାର ଲାଗେ ନାହିଁ ।
