STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଏହି ମୂହୁର୍ତ୍ତ ଗୁଡିକ ମୋର ସଞ୍ଚିବା

ଏହି ମୂହୁର୍ତ୍ତ ଗୁଡିକ ମୋର ସଞ୍ଚିବା

1 min
181

ଏହି ମୂହୁର୍ତ୍ତ ଗୁଡିକ ମୋର ସଞ୍ଚିବାର ଅତି

ଭୋର ସକାଳରୁ ମାଁ ର ପୂଜାପାଠ

ପାଉଁରୁଟି ବାଲାର ଡାକ

ଚା’ ସହ ପାଉଁରୁଟି ଖାଇବା l


ଓ ସେ ଭିତରେ ଦିନଯାକର

କାର୍ଯ୍ୟକ୍ରମ ବନେଇ ଦେବା

ଏହି ମୁହୂର୍ତ୍ତ ଗୁଡିକ ମୋର ବଞ୍ଚିବାର ଅଛି

ଦିନ ଦ୍ବି ପ୍ରହର- ଖାଇ ଛୁଟି l


ଲଞ୍ଚବକ୍ସ ଖୋଲିବାର ବେଳ

ସହକର୍ମୀ ମାନଙ୍କ ସହିତ ଗୁଲିଖଟି

ଏହି ମୁହୂର୍ତ୍ତି ଗୁଡିକ ମୋର ବଞ୍ଚିବା ଅଛି

ଅଫିସ୍ ଛୁଟି ପରେ ଘରଫେରନ୍ତl ସଂଧ୍ୟା l


ଗ୍ରାମ୍ୟ କିଶୋରୀ ବାକୁକା ଯାତ୍ରା

ଟ୍ରାଫିକ୍‌ରେ ସ୍କୁଟି ଚଳାଉଥିବା ଝିଅଟି

ଯେ ପ୍ରତିଦିନ ଯିବା ଓ ଆସିବା ବେଳେ

ମୋତେ ଓଭରଟେକ୍ କରେ l


ପିଠିରେ ଅଫିସ୍ ବ୍ୟାଗ୍

ଏହି ମୁହୂର୍ତ୍ତ ଗୁଡିକ ମୋର ବଞ୍ଚିବାର ଅଛି ।

ଘରକୁ ଆସି ଗୋଧୋଇପାଧୋଇ

ଲେମନ୍‌ ଟି ସହିତ ଟି.ଭି. ଦେଖା

କ୍ରିକେଟ ମ୍ୟାଚ୍ – ସିରିଏଲ୍- ନିଉଜ୍ l


ପୁଣି କେଇଟି ବ୍ରେକିଂ ନିଉଜ୍

ଟି.ଭି. ଦେଖି ଦେଖି ରାତ୍ରଭୋଜନ ଶେଷ

ତା’ପରେ ଔଷଧ ସେବନ ଓ ଶଯ୍ୟାସ୍ନାତ

ଏହିପରି ଭାବରେ ବିତିଯାଉଥିବା

ମୁହୂର୍ତ୍ତ ମାନଙ୍କୁ ମୋର ବଞ୍ଚିବା ଅଛି ।



Rate this content
Log in

Similar oriya poem from Classics