STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ବିଶ୍ୱାସ

ବିଶ୍ୱାସ

1 min
259


ନିଶ୍ଵାସ ଉପରେ ବିଶ୍ଵାସ ନାହିଁ 

ଈଶ୍ୱରଙ୍କ ଠାରେ ବିଶ୍ଵାସ ଅଛି

ସେଥିପାଇଁ ସିନା ଏଇ ଦୁନିଆରେ

ସୂର୍ଯ୍ୟ ଚନ୍ଦ୍ର ଆତଜାତ ହେଉଛି ।


ସଂସାର ଜଞ୍ଜାଳେ କର୍ତ୍ତବ୍ୟ କରେ

ତୁମ ନାମ ସଦା ହୃଦୟେ ସ୍ମରେ

ଦୁଃଖ କଷ୍ଟ ସବୁ ଯାଏ ପଳାଇ

ଚକା ଆଖି ଦେଖି ସବୁ ଭୁଲଇ ।


ମୋ ହୃଦ ଶଙ୍ଖାଳି ହେ ବନମାଳୀ

ତୁମ ପାଶେ ହୁଏ ମୁଁ ନିଉଛାଳି

ଯେତେ ଆସୁ ମୋର ଜୀବନେ ବାଧା

ତମଠି ବିଶ୍ଵାସ ଥାଉ ମୋ ସଦା ।


ଧର୍ମ ପଥରୁ ନହୁଏ ବିଚ୍ୟୁତ 

ସୁଦୟା କରିବ ଜଗତନାଥ

ଜୀବନ ପଥ ମୋ ଆସଇ ସରି

ବିଶ୍ଵାସ ଅଛି ମୋ କରିବ ପାରି ।


ଅବିଶ୍ଵାସେ ଭରି ଗଲାଣି ଧରା

ସଭିଏଁ ସ୍ଵାର୍ଥକୁ କରନ୍ତି ଆସରା

ତୁମ ଠାରେ ସଦା ବିଶ୍ଵାସ ଥାଉ

ତୁମ ନାମ ଧରି ଏ ଜୀବ ଯାଉ ।


Rate this content
Log in

Similar oriya poem from Classics