Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Dash

Classics

3  

Dhaneswar Dash

Classics

ମୁଁ ତୁମ ରାଧା

ମୁଁ ତୁମ ରାଧା

1 min
163



ମୁହଁରୁ ହଟାଅ ପରଦା,

ଜାଣିବ ତୁମ ରାଧା।


ମୋର ସର ଲବଣୀ

ତୁମର ମନ କିଣି ।


ରଖିଛି ମୋର ପାଶେ

କେବେ ନ ପାର ଜିଣି ।


ତେବେ ତ କରୁଛ ଶରଧା,

ଜାଣିବ ତୁମ ରାଧା ।


ଯଉବନ ଜୁଆର

କଲା ଯମୁନା ପାର ।

ଆଙ୍କିଦିଅ ଅଧରେ

ତୁମ ଚୁମ୍ବନ ଗାର ।


ହୋଇବା ଆମେ ଅଧା ଅଧା

ଜାଣିବ ତୁମ ରାଧା ।


ମୁହିଁ ତୁମର ପ୍ରେମ 

ତୁମେ ମୋ ଉପାସକ ।


ପ୍ରେମରେ ବୁଡିଯାଅ 

ନ ହୁଅ ଛକପକ ।


କାହିଁକି ଦେଉଅଛ ବାଧା,

ଜାଣିବ ତୁମ ରାଧା।


ଆମ ପ୍ରେମ କାହାଣୀ

ସାରା ଜଗତ ଜାଣୁ ।


ପ୍ରେମ ତରଙ୍ଗ ମାଳା

କବିତାରେ ବଖାଣୁ।


ବାଣ୍ଟିଦେଉ ପୀରତି ସୁଧା,

ଜାଣିବ ତୁମ ରାଧା।


Rate this content
Log in