STORYMIRROR

Gangotri Priyadarshini

Classics Inspirational Others

3  

Gangotri Priyadarshini

Classics Inspirational Others

ନୀଳ ମାଧବ

ନୀଳ ମାଧବ

1 min
251


ସୋରିଷ କ୍ଷେତ ଶେଷ ଯେଉଁଠି

ନୀଳ ମାଧବ ଙ୍କ ଭେଟ ସେଇଠି

ଦାରୁ ମୂରତି ଶିରୀମନ୍ଦିରରେ

ଜଗନ୍ନାଥ ରୂପେ ଡାକ ନାମଟି ।


ମହାନଦୀ ଜଳ ଯାପାଦ ପଖାଳେ

ନୀଳ ମାଧବ ବିଜେ ନିଳଶଇଳେ

ବିଶ୍ଵାବସୁ ପ୍ରାଣ ସେବି ଶାନ୍ତି ପାଏ

ଗିରି କନ୍ଦରରେ ଛପି ପୂଜା ପାଏ ।


ବିଶ୍ବର ଆରାଧ୍ୟ ଭାସି ଆସି ଜଳେ

ବାଙ୍କୀ ମୁହାଣରେ ଦାରୁ ପରା ଖେଳେ

ବିଦ୍ୟାପତି ଧନ୍ୟ ରାଜା ବଚନ ପାଳିଲା

ନୀଳାଚଳେ ନେତ୍ର କି ଲୀଳା ଦେଖିଲା ।


ନୀଳ ମାଧବ ରୂପେ କଣ୍ଟିଲୋରେ ଉଭା

ତ୍ରିଭୁବନ କାନ୍ତିମୟ ଅପରୂପ ଶୋଭା

ଭକତ ପ୍ରାଣ ମୋର ଗୁହାରି କରଇ

କରୁଣା ବାରିରେ ପ୍ରଭୁ ଦିଅହେ ଭିଜାଇ ।


ନୀଳମାଧବଙ୍କୁ ଭକ୍ତି ଭାବେ 

ଶବର ରାଜା ବିଶ୍ଵାବସୁ ସେବୁଥାଇ

ତାର କନ୍ୟା ଲଳିତା ଭାବେ ବିଚଳିତ

ବିଦ୍ୟାପତି ଙ୍କୁ ଦେଲା ପଥ ଦେଖାଇ

ପର୍ବତ ଉପରେ ଫୁଟି ଥିଲାଯେ କଇଁ

ନୀଳ ମାଧବ ରୂପରେ ପ୍ରାପତ

ସାରା ବିଶ୍ବକୁ ହେଲେ ଜଗତ ସାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics