STORYMIRROR

Durgaprasad panda

Classics

3  

Durgaprasad panda

Classics

ଗୁହାରି ଶୁଣିବା ହେଉ

ଗୁହାରି ଶୁଣିବା ହେଉ

1 min
222



ବେଳ ତ ବୁଡ଼ିଲାଣି ସଞ୍ଜ ତ ହେଲାଣି

ଜୀବନ ପ୍ରଦୀପ ଲିଭିଲିଭି ଆସିଲାଣି

ନା ଶୁଭୁଚି ଘଣ୍ଟ ନା ମୃଦଙ୍ଗ ବାଜେଣି

ସତେ ତମସା ଘୋଟିବ ଡାକିବ ଡ଼ାହାଣି

ଶଶୀ ନହୋଇବ କୁକୁଟ କି ନ ରାବିବ

ପୁରେବେ ଆଉ ସୁରୁଜ କି ନଉଇଁବ

ଧରିତ୍ରୀ କି ସତେ ଭାରା ହରାଇଲା

ଆଜି ଜଗତେ ହାହାକାର ସୁଭିଲା

ଆହେ ଦାରୁ ମୁରତି ଦାରୁ କି ହୋଇଲ

ଆର୍ତ୍ତ ଶୁଭୁନି ସତେ ବଧିର ପାଲଟିଲ

ଗୁହାରି ଶୁଣିମା ହେଉ ବଡ଼ ଠାକୁର

ପ୍ରଫୁଲ୍ଲ ଭରିଦିଅ ସବୁଠି କୃପାକର ॥



Rate this content
Log in

Similar oriya poem from Classics