STORYMIRROR

Prabhati Mahapatra

Classics Others

3  

Prabhati Mahapatra

Classics Others

ଭକ୍ତ ବିଲ୍ବ ମଙ୍ଗଳ (ଭାଗ - ୫)

ଭକ୍ତ ବିଲ୍ବ ମଙ୍ଗଳ (ଭାଗ - ୫)

1 min
195


ଆଲୋ ମୋର ସଖୀ ଚିନ୍ତାମଣି ଦୁଃଖି

ମନ ହୁଏ ଆନମନା

କାହିଁକି କେଜାଣି ମାନସେ ଉଜାଣି

ଭାଙ୍ଗି କରେ ଚୁନା ଚୁନା ।

ସତେ କିଏ ମୋତେ ଦୁଃଖ ଦରିଆରେ

ନିଖେପ କରୁଛି ନେଇ

ଅସ୍ଥିର ପରାଣ ଶୋକାତୁର ପ୍ରାଣ

ଝୁରି ଉଠେ କଇଁ କଇଁ ।

ବିଲ୍ବ ମଙ୍ଗଳଙ୍କୁ ଧିକାରିଲି କେତେ

ଭବିଷ୍ୟ ମଙ୍ଗଳ ଭାବି 

ଏଇ ପାପ ପଙ୍କେ ମୂଲ୍ୟବାନ ପ୍ରାଣ

ନଯାଉ ଲୋ ସଖୀ ଦବି ।

ଆହେ ଜେମାମଣି ମନେ ମନେ ଗୁଣି

ପାଉଛ ମାନସେ ଦୁଃଖ

ବିଲ୍ବ ମଙ୍ଗଳଙ୍କ ଶୁଭ ଚିନ୍ତା କରି

ପଛରେ ଭାବିଛ ସୁଖ ।


ଶୁଣ ଜେମାମଣି ହୋ

କାହିଁକି ହେଉଛ ଅସ୍ଥିର ପରି

ଜେମାମଣି ହୋ

ଠାକୁରଙ୍କ ଘରେ ପ୍ରଦୀପ ନଜାଳି

ବାତୁଳୀ ପରାୟେ ହେଉଛି ଘାରି 

ଜେମାମଣି ହୋ ....

ଶୁଣ ଲୋ ବିଶାଖା ଯାହା ପାଇଁ ଥକ୍କା

କହୁଛି ତାଙ୍କର ଶିରୀ

ଘରେ ନବାହୁଡି ସେ ବାଟ ଗଲେ ହୁଡି

ପ୍ରଭୁ ନାମ ହୃଦେ ସ୍ମରି

ତାଙ୍କରି ଚିନ୍ତାରେ ଚିନ୍ତିତ ମୋ ମନ

ଚକୋରି ଯେସନେ ହେଉଛି ଝୁରି ।

ପ୍ରାଣ ଆଜି ମୋର ଅସ୍ଥିର ପରି .....ll


ଦୁଃଖିତ ନହୁଅ ଆଗୋ ଜେମାମଣି

ସମୟ ଯେ ବଳବାନ

ଈଶ୍ୱରଙ୍କୁ ଆମ୍ଭେ ଗୁହାରି କରିବା

ଶୁଭେ ଶୁଭେ ଯାଉ ଦିନ

ଅତ୍ୟଧିକ ଚିନ୍ତା କର ନାହିଁ ତୁମେ

ନୟନୁ ବୁହାଇ ଲୋତକ ବାରି  ।

ଜେମାମଣି ହୋ ....

କାହିଁକି ହେଉଛ ଅସ୍ଥିର ପରି.......ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics