ଅମୃତମୟ ଉତ୍କଳ (୧୬)
ଅମୃତମୟ ଉତ୍କଳ (୧୬)
ବରୁଣେଇ ପରବତ
ଦିଏ ପାଇକଙ୍କ ବୀରଢ୍ଵ ଚିତ୍ର, କେତେ ମହତ
କଥା ଯେତେ ତା ଅତୀତ ।।
ମୂଳଝରେ ଉଗ୍ରତାରା
ପର୍ବତର ପାଦଦେଶରେ ପରା, ଆହା କି ତୋରା
ଭକ୍ତଙ୍କୁ ଦିଏ ଆଶରା ।।
ମହାମାୟୀ ଭଗବତୀ
ବାଣପୁରେ ତା’ର ଉଦବସତି, କରି ମିନତୀ
ତା ପଦେ ଢାଳେ ପ୍ରଣତି ।।
ମାମୁଁ,ଭଣଜା ପାହାଡ଼
ଶୋଲରୀ,ଭାଲେରି ବଡ଼ ସୁନ୍ଦର, ଏ ମୋ ଉତ୍କଳ
ପବିତ୍ରତାର ଭାସ୍ଵର ।।
ଭାଲେରି ଗିରି ଖୋଲରେ
ଦେବୀ ନାରାୟଣୀ ବିଜୟ କରେ, ଷଡ ଭୂଜରେ
ନିତି ଆଶିର୍ବାଦ କରେ ।।
ଅମୃତମୟ ଝରଣା
ପ୍ରକୃତି ସୌନ୍ଦର୍ଯ୍ୟ କିବା ବର୍ଣ୍ଣନା, ନୁହେଁ କଳନା
ତାନାମେ ଉଡୁଛି ବାନା ।।
କୁମାରୀ ପର୍ବତ ଚୁଳେ
ତାରାତାରିଣୀର ପତାକା ଉଡେ, ଭକ୍ତ ବିଭୋରେ
ବନ୍ଦେ ପଦ୍ମପାଦ ତଳେ ।।
ଋଷିକୁଲ୍ୟା ନଦୀ ଜଳ
ଝରଇ ଅମୀୟ ପୀୟୂଷ ଧାର
ଅତି ସୁନ୍ଦର
ଏହିତ ଉତ୍କଳ ମୋର ।।
ମହେନ୍ଦ୍ର ପର୍ବତ ସାଥେ
ସୁଉଚ୍ଚ ନିମାଇଁ ଗିରି ସହିତେ, ସୁନ୍ଦର ସତେ
ମନମୁଗ୍ଧକର ମର୍ତ୍ତ୍ୟେ ।।
ଅନନ୍ୟ ସୌନ୍ଦର୍ଯ୍ୟ ଭରା
ଅମୃତମୟ ମୋ ଉତ୍କଳ ପରା, ମଣ୍ଡିଛି ଧରା
ଯେହ୍ନେ ସରଗର ଅପସରା ।।
