STORYMIRROR

Sanjya Tripathy

Abstract Classics

3  

Sanjya Tripathy

Abstract Classics

ଶାନ୍ତିଦୂତ

ଶାନ୍ତିଦୂତ

1 min
246


ଶାନ୍ତିଦୂତ ଆସିଛନ୍ତି

ଶୀତର ଅୟମାରମ୍ଭରେ

ମନ୍ଦିରମାଳିନୀ ନଗରୀର ଶୀତୁଆ ପରିବେଶରେ,

ଶାନ୍ତିଦୂତ ଆସିଥାନ୍ତି ନୈତିକତାର

ଆହ୍ମାନରେ,

ଦୟା କ୍ଷମା କରୁଣାର ବାର୍ତ୍ତାରେ

ସଂପ୍ରତି ଓ ସହାବସ୍ନାନର ମଧୁର

ପରିବେଷ୍ଟନୀରେ ।

ଶାନ୍ତିଦୂତ ଆସିଛନ୍ତି, ହିଂସାଜର୍ଜରିତ ବିଶ୍ୱର

ବକୁ ବାତାୟନର

ଧୂସର ପରିକଳ୍ପନା ଭରା ପୃଷ୍ଠଭୂମିରେ

ଏକ ଆତଙ୍କିତ, ଭୟଭୀତ ପୃଥିବୀର

ପରିବେଷ୍ଟନୀରେ ।

ଶାନ୍ତିଦୂତ ଆସିବେ,

ନୈତିକ ଶିକ୍ଷା ଓ

ମୂଲ୍ୟବୋଧର ପୁନଃପ୍ରତିଷ୍ଠାରେ

ଅହଂ ଶୂନ୍ୟ ବିଶ୍ୱର ସାର୍ଥକ ପରିକଳ୍ପନାରେ

ସଂପ୍ରୀତି ଓ ଶାନ୍ତିର ପୃଥକୁ ଏକ ପରିଭାଷାରେ ।


Rate this content
Log in

Similar oriya poem from Abstract