STORYMIRROR

Gitanjali Pujapanda

Classics Inspirational

3  

Gitanjali Pujapanda

Classics Inspirational

ଦୁଃଖ ନାଶନ ଭଗବାନ

ଦୁଃଖ ନାଶନ ଭଗବାନ

1 min
226

ଦୁଃଖ ନାଶନ ହେ ଭଗବାନ କରୁଣା ନିଦାନ

ଅନାଥ ର ନାଥ ହେ ଦୀନଜନ ବାନ୍ଧବ ଶୋକନାଶନ।

ହେ ଶୂନ୍ୟ ତୁମେ ଇଶ୍ୱର, ତୁମେ ଆଲ୍ଲା

ତୁମେ ହିଁ ଯୀଶୁ ସର୍ଵତ୍ର ବ୍ୟାପିଛ, ତୁମେ ଏ ଘର ଅଗଣା

ଏପୃଥିବୀ, ଆକାଶ, ମଣିଷ ଆଉ ପ୍ରତ୍ୟେକ ଜୀବମଧ୍ୟେ।ତୁମେ ତ, ନିରାକାର ଅନନ୍ତ ଅସୀମ ପରଂବ୍ରହ୍ମ

ଦିବ୍ୟସତ୍ତାର ଅଧିକାରୀ, ତୁମ ଇସାରାବିନା ପତ୍ରବି ହଲେନାହିଁ।

ଆହେ ନିରାମୟ ସକଳଶକ୍ତି ର ଆଧାର

ଖୋଲି ଦିଅ ତୁମର ସେ କରୁଣାର ଭଣ୍ଡାର।

ବିନ୍ଦୁ ଟିଏ ମିଳିଯାଆନ୍ତା ଯେବେ ତୁମ କରୁଣାରୁ କିଛି

ଜୀବନ ରୁ ସବୁ ଦୁଃଖ ଶୋକ ହୋଇଯାଅନ୍ତା ପୋଛି।

ହାତ ଯୋଡି ମୁଁ ଶରଣାଗତ ତୁମ ଶ୍ରୀଚରଣେ

ସବୁ କଷ୍ଟ ଦୂର ହେଉ ତୁମ ନାମ ସ୍ମରଣେ।

ନାସ୍ତିକ ର ମନରେ ଆସ୍ଥା ର ମିଠା ଭରିଦିଅ ହେ,

ମଂଗଳମୟ ତୁମ ସୃଷ୍ଟି ରେ ସତ୍ୟକୁ ଆଉ ଥରେ ଜୀବନ୍ୟାସଦିଅ।

ସବୁ ଆଡେ ତୁମ ନାମ ର ଗୁଞ୍ଜନ ଭରି ଯାଉ

ଦୁଃଖୀରଙ୍କିଙ୍କର ସମସ୍ତ ଦୁଃଖ ଦୂର ହେଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics