STORYMIRROR

Aishwarya Mishra

Classics Others

3  

Aishwarya Mishra

Classics Others

କଳ୍ପବଟର ଛାଇ

କଳ୍ପବଟର ଛାଇ

1 min
240

କଳ୍ପବଟର ଛାଇ ଲୋ ବଉଳ 

ସେ ତ ଜଗା କାଳିଆର ଛାଇ 

ବଡ଼ ଦେଉଳରେ ବସିଛି ସିଏ ଲୋ

ଦୁଇ ବାହୁ ମେଲି ଦେଇ,


ମହାବାହୁ ବୋଲି ପଡୁଅଛି ହୁରି 

ବିପଦୁ ଉଦ୍ଧାର ପାଇଁ 

ସବୁ ଜାଣି ଶୁଣି ବସିଛି ମଉନେ

ରତ୍ନ ସିଂହାସନେ ସେହି,


ପାଟ ପୀତାମ୍ବରୀ ପିନ୍ଧିଛି ଦେଖ ଲୋ

ଦିଶୁଛି କେଡ଼େ ସୁନ୍ଦର 

କଳ୍ପବଟ ମୂଳେ, ଭାଇ ଭଉଣୀଙ୍କ ମେଳେ

ହସୁଛି ସେ ନଟବର,


କଳ୍ପବଟର ଛାଇ ଲୋ ବଉଳ

ସେ ଯେ ଶିରୀ ମନ୍ଦିରର ଛାଇ

ଯିଏ ବି ଆସିଛି ସେ ଛାୟା ତଳକୁ

ତା'ର ଦୁଃଖ ବୋଲି କିଛି ନାହିଁ,


ସାରା ଜଗତକୁ ବସିଛି ଆବୋରି

ବୋଲାଏ ଜଗତ କର୍ତ୍ତା

ଅନ୍ଧକାର ହରି ଆଲୋକ ବୁଣଇ

ମହୀର ସେ ରକ୍ଷା କର୍ତ୍ତା ,


କଳା ମୁଖେ ତା'ର ଚକା ଚକା ଆଖି

ସତେ ବା ସୂରୁଯ ଚାନ୍ଦ

ଚକ୍ର ଆଢୁଆଳ କରି ରଖିଥାଏ

ଫେଡ଼ି ନିଅଇ ସବୁ ବିପଦ,


କଳ୍ପବଟର ଛାଇ ଲୋ ବଉଳ

ସେ ତ ଶ୍ରୀକ୍ଷେତ୍ର ଭୂମିର ଛାଇ

ଯିଏ ଥରେ ପାଦ ଥାପିଛି ସେଠି ଲୋ

ତା'କୁ କାଳିଆ କରିଛି ବାଇ,


କୋଟି ଓଡ଼ିଆଙ୍କ ପ୍ରାଣର ଦେବତା

ସିଏ ତ୍ରିଭୁବନ ନାଥ

ସବୁ ଦୁଃଖ ତୋର ଯିବ ଦୂର ହୋଇ

ବିଶ୍ଵାସେ ଟେକି ଦେ' ହାତ,


ମନ ଜାଣି ଜଗା ଦିଅଇ ବର ଲୋ

ସିଏ ସ୍ଵୟଂ କଳ୍ପବଟ 

ଶ୍ରୀଚରଣ ତଳେ ମନ ମୁଁ ଦେଇଛି 

ରଖିବେ ଜଗତ ନାଥ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics