STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ଦୀପଟିଏ ମୁଁ

ଦୀପଟିଏ ମୁଁ

1 min
224


ଜାଳିଦିଅ ମୋତେ ଜାଳିଦିଅ

ମୁଁ ଦୀପ ଟିଏ ଜଳିବା ମୋର ଧର୍ମ

ଧନ୍ଯ ମନେ କରେ ତୁମକୁ ଆଲୋକିତ କରି

କେବେ ମନ୍ଦିର କେବେ ମଶାଣି ରେ,

ପୁଣି କେବେ ତୁଳସୀ ଚଉରା ମୂଳେ ଜଳେ

ଅମାବାସ୍ଯା ର ଅନ୍ଧାର ରେ ଦୀପାବଳି ରେ ।


ମୋତେ ଆଉ ତୁମେ ମନେ ପକାଉନ

ଦୁଃଖ ନାହିଁ ମୋର ମୋ' ପାଇଁ 

ଚିନ୍ତା ତୁମ ସୁସ୍ଥ ଜୀବନ ପାଇଁ କରେ ସଦା 

ପ୍ରଚଣ୍ଡ ଶବ୍ଦର ପରିବେଶ ଦେଖି ଭଲଲାଗେନି

ଦାମୀ ବାଣ ଦ୍ବାରା ଧନୀତ୍ୱର ପରିଭାଷା ଶୁଣି

ବିପଦର କାରଣ ମୁଁ କେବେ ହୋଇନି ତ ତୁମର

ତଥାପି ମୋତେ ଦେଲ ଦୂରେଇ ଦେଉଛ ନା ।


ଖୁସିର ପରବ ଇଏ ପ୍ରତିଯୋଗିତା ଅର୍ଥ ରେ କରୁଛ

ସୁଖକୁ ଟଙ୍କା ରେ ତଉଲି ଯାହା କାନ୍ଦୁଛ

ଭୁଲିଯାଉଛ ତୁମ ସ୍ୱାସ୍ଥ୍ୟ ସଂପଦର ସୁରକ୍ଷା କଥା

ତୁମର ବି ତ ଦାୟିତ୍ୱ ତୁମେ ଧରଣୀ କରିବ ରକ୍ଷା

ଆଲୋକର ପର୍ବ ରେ ଅନ୍ଧାର ଦୂରାଅ ଅନ୍ଧ ହୁଅନି

ମୋତେ ଯେତେ ଜାଳ ମୁଁ ନିଜେ ହିଁ ଜଳିବି

ତୁମେ ଜଳିବନି ସୁଖର ମୁହୁର୍ତ୍ତକୁ ନେଇ ବଞ୍ଚିବ ।


ତୁମେ ସୁରକ୍ଷିତ ଏହା ନିଶ୍ଚିତ ଏ ଧରିତ୍ରୀ ସୁରକ୍ଷା

ଦେଖ

ବାୟୁର କ୍ରନ୍ଦନ ଶୁଭୁନି ତୁମକୁ

ଲୁହ ତାର ଦିଶୁନି ବର୍ତ୍ତମାନ ନିଜ ମୋହରେ ତୁମେ

ଆନନ୍ଦ ରେ ବିଷାଦ କୁ କେମିତି ଡାକୁଛ

ନିଜେ ସୁରକ୍ଷିତ ରହି ଅନ୍ୟ କୁ ଦିଅ ସୁରକ୍ଷା

ମୁଁ ଦୀପଟିଏ ବିଶ୍ୱର ମଙ୍ଗଳ ନିମନ୍ତେ କରଇ ଭିକ୍ଷା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract