STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ଲୀଳାମୟ ଜଗନ୍ନାଥ

ଲୀଳାମୟ ଜଗନ୍ନାଥ

1 min
173


ତୁମେ ହିଁ ସମସ୍ୟା ତୁମେ ସମାଧାନ

ତୁମେ ଭକତ ଜନର ବନ୍ଧୁ ମହାନ ।


ରଚିଲ ନାଟକ ହୋଇ କଳାକାର

ତୁମେ ରଥ ପଥ ତୁମେହିଁ ଈଶ୍ବର ।


କୋଟିକୋଟି ମନେ ତୁମ ପାଇଁ ଲୁହ

କ୍ଷଣିକ ମନରେ ଦେଲ କେତେ ସଂଶୟ ।


ସାରା ବିଶ୍ୱରେ ଆସିଛି କରୋନାର ଭୟ

କେମିତି ହୋଇବ ଯାତ ମନଟା ଅଥୟ ।


ଓଡ଼ିଶା ରାଇଜ ହେଲା ସର୍ବଦୁଃଖମୟ

ଗଡ଼ିବନି ରଥତିନି କହିଲେ ନ୍ୟାୟାଳୟ ।


ପର ମୁହୁର୍ତ୍ତଟି ଆନନ୍ଦ ଆଣିଲା ସମୟ

ହଟିଲା ଆଶଙ୍କା ହେଲା ଭକତ ବିଜୟ ।


ଅକ୍ଷୟ ପୂଣ୍ୟ ଜଗତେ ଧର୍ମର ଜୟ

ହେ ଶ୍ରୀଜଗନ୍ନାଥ ତୁମେ ଲୀଳାମୟ । 


Rate this content
Log in

Similar oriya poem from Abstract