STORYMIRROR

Abismita Mishra

Classics

3  

Abismita Mishra

Classics

ଓଁ ସାଇ ରାମ

ଓଁ ସାଇ ରାମ

1 min
128

ଓଁ ସାଇ ରାମ

   ଜୀବନ ସମର୍ପି ଦେଇଛି 

   ତୁମ ଶ୍ରୀ ଚରଣ ତଳେ

   ନିଦ ନ ଆସିଲେ ପ୍ରଭୁ ହେ 

   ତୁମେ ତ ଧରିଛ କୋଳେ

   ଶରୀର ରେ ହେଲେ ଯନ୍ତ୍ରଣା 

    ଡାକେ ସାଇ ସାଇ 

    ମନ ରେ ଯନ୍ତ୍ରଣା ଆସିଲେ 

    କାନ୍ଦେ ତୁମ ପାଖେ ଯାଇ

   ତୁମେ ତ କରୁଣା ସାଗର 

    କରିଛ କଷ୍ଟ ରୁ ମୁକ୍ତି

   ସାଇ ପାଦ ତଳେ ପ୍ରଭୁ 

   ସଦା ଥିବ ମୋର ଭକ୍ତି

    ଅନେକ କରିଲେ ଛଳନା 

    ଅନେକ ପ୍ରତାରଣା ..

    କିଛି ଲୋକ ହେଲେ ଦେଖେଇ 

    ବିଶ୍ୱାସ ରେ ବିଷ ଭରି 

    ଦେଲେ ବହୁ ଯାତନା ..

   କାହା ର ଅମଙ୍ଗଳ ଚାହେଁ ନି 

   ସମସ୍ତ ଙ୍କୁ ରଖ ଖୁସି ରେ 

   ସେହି ଲୋକଙ୍କୁ ଦିଅ ବେଶୀ

   ଖୁସି ପ୍ରଭୁ ..

   ଯେଉଁମାନେ ଚାହାଁନ୍ତି ମୁଁ ରହେ

   ସବୁ ବେଳେ ଦୁଃଖ ରେ

    ଏତିକି ଆଶ୍ରିବାଦ ଦିଅ ହେ 

    ନ ହୁଏ କାହା ଦୁଃଖ କାରଣ 

    ଗୋଟେ ଅନୁରୋଧ ରଖ ହେ 

    ତୁମ କୋଳେ ହେଉ ମରଣ ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics