STORYMIRROR

Satyanarayan Sahoo

Abstract Classics Inspirational

3  

Satyanarayan Sahoo

Abstract Classics Inspirational

ଭଲ କାମ କରି ରଖିବି ନାମ

ଭଲ କାମ କରି ରଖିବି ନାମ

1 min
151


ଭଲ କାମ କରି ରଖିବି ନାମ

ହଟାଇ ବି ଦୁଃଖ , ଶୋକ, ଅଜ୍ଞାନ

ଦୁଶ୍ଚିନ୍ତା ଓ ତାପ ଦୁରାଇ ଦେବି

ଶାନ୍ତି ସନ୍ତୋଷ ରେ ହସ ଖେଳାଇ ।

ତୃପ୍ତି ଶୀହରଣେ ପ୍ରାଣ ରଞ୍ଜାଇ

ଶ୍ରଦ୍ଧା - ସୁରଭି ର ଧାର ଛୁଟାଇ

 ସ୍ନେହ ପ୍ରେମ ନିଷ୍ଠା ଅଦମ୍ୟ ଚେଷ୍ଟା

ଧଇଯ୍ୟ ଧରି କି କରମେ କୁଣ୍ଠା ।

ନ ରଖିବି କେବେ ମୋର ମନ ରେ

ରହିବି ନିରତ ହିତ କାର୍ଯ୍ୟ ରେ

ଉଦ୍ୟମ, ଉତ୍ସାହ ଶକତି ଭରା

ଜୀବନ ରେ ସାଧି ସୁୁକୃତି ମାଳା ।

ନିତି ଅଭିନବ ପ୍ରୟାସ ଜାରି

ରଖି ଉଦଯୋଗ , ଶକତି ଧରି

ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ପଥେ

ନାମ ରଖି ଯିବି ଏଇ ମରତେ ।

ଝଡ ଝଞ୍ଜ। , ବାଧା , ସବୁ ଭୁ କ୍ଷେପ

କରି ଆଗେଇବି ଧରି ଦରପ

କାର୍ଯ୍ୟ ଧାରା ସାଧି ଜଗତେ ଯଶ

ଖ୍ୟାତି ଅର୍ଜନ ରେ ନିତି ପ୍ରୟାସ ।

ଭଲ କାମ କରି ରଖିବି ନାମ

କରିବି ହରଷ ପ୍ରୀତି ବର୍ଦ୍ଧନ 

ହିଂସା , ଦ୍ୱେଷ , ଭେଦ ଭାବ ଦୂରେଇ

ପ୍ରତି କ୍ଷଣେ ପ୍ରାଣ ସ୍ନେହେ ରଞ୍ଜାଇ ।

ଆନନ୍ଦ ଉଦ୍ୟମ ଲହରୀ ତୋଳି

ଦୂରେଇବି , ଚିନ୍ତା , ସନ୍ତାପ କଳି

ଭଲ କାମ କରି ରଖିବି ନାମ

ଅରଜିବି ସବୁ ଠାରେ ସୁନାମ ।

ବାଦ ବିବାଦ ରେ ନ ହେବି ରତ

ଯାପିବି ଆନନ୍ଦେ କାଳ ସତତ ।

ସାଧୁତା ସଦ୍ଭାବ ହୃଦୟେ ଧରି

ଆନ ମନ ପ୍ଲାବି ପ୍ରୀତି ମାଧୁରୀ

ନିର ନ୍ତର ଥିବି ଆପଣା କାମେ

ହେଳା ବରଜିଣ ହିତ ସାଧନେ ।

ଭଲ କାମ କରି ରଖିବି ନାମ

ସାହସ ଶକତି , ନିଷ୍ଠା ଅଦମ୍ୟ

ଧରି ଉତ୍ସାହ ରେ ରହିବି ରତ

କେବେ ହେଁ ନ ହେବି କର୍ମୁ ବିରତ ।



Rate this content
Log in

Similar oriya poem from Abstract