STORYMIRROR

JITENDRA CHANDRA SAHOO

Classics

3  

JITENDRA CHANDRA SAHOO

Classics

ନୂତନ ତୁମେ

ନୂତନ ତୁମେ

1 min
153

ସ୍ମୃତି ଅନୁଭୂତି ଗଦା ଗଦା ହୋଇ

ରହିଅଛି କେତେ ଛାପା

ସମୟ ସ୍ରୋତରେ କେତେ ଯେ ବିଲିନ

ମୂହୁର୍ତ୍ତର ବିନ୍ଦୁ ଠୋପା ॥ 

କ୍ୟାଲେଣ୍ଡର ପୃଷ୍ଠା ଲେଉଟି ପଡ଼ଇ

ଆଣି କେତେ ନୂଆ କଥା

ସମୟର ରେଖା ନିର୍ଘଣ୍ଟ କରିଛି

ସୃଷ୍ଟି ହୁଏ ନୂଆ ଗାଥା ॥

କେତେ ଫେରିଗଲେ ଅଫେରା ବାଟରେ

ରହିଗଲେ ଗଲେ କେତେ ସାକ୍ଷୀ

ପୁଳାପୁଳା ଗଦା ରାଗ ଅଭିମାନ

କେତେଯେ ଦେଖିଛି ଆଖି ॥

ଜୀବନଟି ପ୍ରତି ମୂହୁର୍ତ୍ତ ନୂତନ

ନୂତନ କିରଣ ଛବି

ଏ ସଂସାର ମୋର ଜୀବନ୍ତ ନୂତନ

ପାଳେ ନୂତନତ୍ବ ଭାବି ॥

  


Rate this content
Log in

Similar oriya poem from Classics