ବରଦ ନଟବର
ବରଦ ନଟବର
ଶଙ୍ଖକ୍ଷେତ୍ର ଶ୍ରୀଜଗନ୍ନାଥ ଆମର ବରଦ ନଟବର,
ପରମପୂଜ୍ୟ ମହାପ୍ରଭୁ ଆମର ପୁନୀତ ପୀତାମ୍ବର,
ମହାଭୋଗୀ ମହାବାହୁ ଆମର ମନୋଜ୍ଞ ମନୋହର,
ରମଣୀୟ ରଙ୍ଗନାଥ ଆମର ରଙ୍ଗାଧର ରାଜରାଜେଶ୍ୱର ।
ଶ୍ରୀକ୍ଷେତ୍ର ଶ୍ରୀପ୍ରିୟ ଆମ ଚକ୍ରଧର ଶଙ୍ଖଧର,
ଅତ୍ୟନ୍ତ ସୁନ୍ଦର ଯେ ଶ୍ରୀନିବାସଙ୍କ ଶ୍ରୀପୟର,
ପ୍ରହର୍ଷେ ତାଙ୍କ ସ୍ମରଣ କରନ୍ତୁ ପ୍ରହର ପ୍ରହର,
ଚକାନୟନ ନିରୀକ୍ଷଣ କରୁଛନ୍ତି ଆମକୁ ନିରନ୍ତର ।
