ଅଭିନୟ
ଅଭିନୟ
ଜୀବନ ଗୋଟେ ଏମିତି ନାଟକ
କେବେ ସେତ ସରିଯିବ
ଅଭିନୟ ଯେବେ ସରିଯିବ ତୁମ
ଘରକୁ ଯେ ବାହୁଡ଼ିବ ।
ସମସ୍ତେ କରନ୍ତି ଅଭିନୟ ଏଠି
ଭିନ୍ନ ଭିନ୍ନ ଚରିତ୍ରରେ
ଅଭିନୟ ଯେବେ ସରିଯିବ ତୁମ
ଜୀବନ ତ ସରିବରେ ।
ଜୀବନ ନାଟକେ କଳାକାର ଟିଏ
ଅଭିନୟ କରୁଥାଏ
ଯେଉଁ ଅଭିନୟ ଭାଗ୍ୟ ମୋର ଦିଏ
ତାହା ମୁହିଁ କରୁଥାଏ ।
ଅଭିନୟ ବିନା ଜୀବନ ର ମୂଲ୍ୟ
ଜମା କିଛି ରହେନାହିଁ
ଭାଗ୍ୟ ଦେଉଥିବା ସବୁ ଅଭିନୟ
କରୁଥାଏ ନୀତି ମୁହିଁ ।
ଅଭିନୟ ସାରି ଦିନେ ଫେରିଯିବି
ବାହୁଡ଼ି ଯିବି ମୁ ଘର
ସେଇ ଘର କୁ ଯେ ଥରେ ଚାଲିଗଲେ
ସଭିଏଁ ହୋଇବେ ପର ।
ଉପରେ ବାସିକି ଉପର ଵାଲା ଯେ
ନାଟକ ତ ଦେଖୁଥାଏ
ଯାହା ସେ କହିଛି ତାହାରି ଇଚ୍ଛାରେ
ଏଠି ସବୁ ହେଉଥାଏ ।
କେହି ନୁହେଁ ଏଠି ନିଜର କାହାର
ସମସ୍ତେ ଯେ କଳାକାର
ଜୀବନ ନାଟକ ସରିଗଲା ପରେ
ସଭିଏଁ ହୋଇବେ ପର ।
ଅଭିନୟ ଯେବେ ସରିଯିବ ତୁମ
ଚାଲିଯିବ ବହୁ ଦୁର
ଚାଲିଯିବି ଦିନେ ଅଫେରା ରାଇଯେ
ଅଭିନୟ ସାରି ମୋର ।
ସବୁ ଏଠି ମିଛ ସବୁ ଅଭିନୟ
ସବୁ ଯେ ଅଢେଇ ଦିନ
ରଙ୍ଗମଞ୍ଚେ ଯେବେ ସରିବ ନାଟକ
ସରିଯିବ ଏଇ ଦିନ ।
ସଭିଏଁ ଫେରିବେ ସେଇ ରାଇଜ କୁ
ଅଭିନୟ ସାରିଗଲେ
କେହି ଯିବେ ନାହିଁ ସାଥିରେ ତୁମର
ନାଟକ ତ ସାରିଗଲେ ।
ସମସ୍ତେ ଯେ ଏଠି କଳାକାର ହୋଇ
ଦୁନିଆ କୁ ଆସିଛନ୍ତି
ମିଛ ଅଭିନୟ ସାରି କରି ସର୍ବେ
ଉପରକୁ ଚାଲିଯାନ୍ତି ।
