STORYMIRROR

Mahendra Kumar Swain

Tragedy Classics

4  

Mahendra Kumar Swain

Tragedy Classics

ଅଭିନୟ

ଅଭିନୟ

2 mins
479

ଜୀବନ ଗୋଟେ ଏମିତି ନାଟକ

କେବେ ସେତ ସରିଯିବ

ଅଭିନୟ ଯେବେ ସରିଯିବ ତୁମ

ଘରକୁ ଯେ ବାହୁଡ଼ିବ


ସମସ୍ତେ କରନ୍ତି ଅଭିନୟ ଏଠି

ଭିନ୍ନ ଭିନ୍ନ ଚରିତ୍ରରେ

ଅଭିନୟ ଯେବେ ସରିଯିବ ତୁମ

ଜୀବନ ତ ସରିବରେ


ଜୀବନ ନାଟକେ କଳାକାର ଟିଏ

ଅଭିନୟ କରୁଥାଏ

ଯେଉଁ ଅଭିନୟ ଭାଗ୍ୟ ମୋର ଦିଏ

ତାହା ମୁହିଁ କରୁଥାଏ


ଅଭିନୟ ବିନା ଜୀବନ ର ମୂଲ୍ୟ

ଜମା କିଛି ରହେନାହିଁ

ଭାଗ୍ୟ ଦେଉଥିବା ସବୁ ଅଭିନୟ

କରୁଥାଏ ନୀତି ମୁହିଁ


ଅଭିନୟ ସାରି ଦିନେ ଫେରିଯିବି

ବାହୁଡ଼ି ଯିବି ମୁ ଘର

ସେଇ ଘର କୁ ଯେ ଥରେ ଚାଲିଗଲେ

ସଭିଏଁ ହୋଇବେ ପର ।


ଉପରେ ବାସିକି ଉପର ଵାଲା ଯେ

ନାଟକ ତ ଦେଖୁଥାଏ

ଯାହା ସେ କହିଛି ତାହାରି ଇଚ୍ଛାରେ

ଏଠି ସବୁ ହେଉଥାଏ


କେହି ନୁହେଁ ଏଠି ନିଜର କାହାର

ସମସ୍ତେ ଯେ କଳାକାର

ଜୀବନ ନାଟକ ସରିଗଲା ପରେ

ସଭିଏଁ ହୋଇବେ ପର


ଅଭିନୟ ଯେବେ ସରିଯିବ ତୁମ

ଚାଲିଯିବ ବହୁ ଦୁର

ଚାଲିଯିବି ଦିନେ ଅଫେରା ରାଇଯେ

ଅଭିନୟ ସାରି ମୋର


ସବୁ ଏଠି ମିଛ ସବୁ ଅଭିନୟ

ସବୁ ଯେ ଅଢେଇ ଦିନ

ରଙ୍ଗମଞ୍ଚେ ଯେବେ ସରିବ ନାଟକ

ସରିଯିବ ଏଇ ଦିନ


ସଭିଏଁ ଫେରିବେ ସେଇ ରାଇଜ କୁ

ଅଭିନୟ ସାରିଗଲେ

କେହି ଯିବେ ନାହିଁ ସାଥିରେ ତୁମର

ନାଟକ ତ ସାରିଗଲେ ।


ସମସ୍ତେ ଯେ ଏଠି କଳାକାର ହୋଇ

ଦୁନିଆ କୁ ଆସିଛନ୍ତି

ମିଛ ଅଭିନୟ ସାରି କରି ସର୍ବେ

ଉପରକୁ ଚାଲିଯାନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy