STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଜନ୍ମସ୍ଥାନ ଏହୁ ଭୂମି

ଜନ୍ମସ୍ଥାନ ଏହୁ ଭୂମି

2 mins
408

ଖଡ଼ଖାଇ ନଦୀତୀର ଗାଆଁଟି ଅଟେ ଆମର,

      ବସି ଅଛି ଆଦିକାଳୁ ଉତ୍କଳ ଭୂମିଟି ତୋର।


କଳାବାଡିଆର ନାମେ ଗାଆଁଟି ଅଟେ ଆମର,

      ଖଣ୍ଡାୟତ ପାଇକର ଜନ୍ମ ସ୍ଥଳୀଟି ଯାହାର।


ଅଟେ ପ୍ରଖଣ୍ଡ ଆମର ନାମଟି ତା ରାଜନଗର,

      ଜିଲ୍ଲା ସଢୈଇକଳା ଖରସୁଆଁ ନାମ ତାହାର।


ସମ୍ପୂର୍ଣ୍ଣ ଗାଆଁଟି ଆମ ଓଡ଼ିଆର ଭାଷାଭାଷୀ,

       ଜଗନ୍ନାଥ ସଂସ୍କୃତି ଟି ଏହୁ ଉତ୍କଳର ଭାଷୀ।


କଳ୍ପେଶ୍ବର ମନ୍ଦିରଟି ଖଡ଼ଖାଇ ନଦୀତୀରେ,  

      ନମଃଶିବାୟ ଟି ଗୁଞ୍ଜେ ତାଙ୍କ ଶ୍ରଦ୍ଧା ଓ ଭକ୍ତିରେ।


ରାଧାକୃଷ୍ଣ ମନ୍ଦିରଟି ଗାଆଁ ମଧ୍ୟ ଭାଗେ ସ୍ଥିତି,

     ସଂକ୍ରିତନ ମନ୍ଦିରଟି ତାର ସଙ୍ଗେ ଲାଗି ଅଛି।


ନିତ୍ୟେ ରାଧାକୃଷ୍ଣ ନାମ ଏଠି ଗୁଞ୍ଜନ କରୁଛି।

      ଶଙ୍ଖ ହୁଳହୁଳି ଶବ୍ଦ ଏଠି ନିତ୍ୟେ ଶୁଭୁ ଅଛି।


ଉତ୍କଳ ପର୍ବ ପର୍ବାଣି ସବୁ ଏଠି ହିଁ ପାଳିତ,

      ଓଡ଼ିଆ ଭାଷାଟି ଆମ ଏଠି ପୂର୍ବରୁ ସ୍ଥାପିତ।


ରାଜ୍ୟ ଝାଡ଼ଖଣ୍ଡ ନାମେ ଏବେ ଏ ଭୂମି ହୋଇଛି,

     ଓଡ଼ିଆ ଭାଷୀଙ୍କୁ ଆମ ଏଠି ଶିକ୍ଷା ନ ମିଳୁଛି।


ଉତ୍କଳର ଅଧିନସ୍ଥ ଥିଲା ଦିନେ ସିଂହଭୂମି।

     ଓଡ଼ିଆ ଠାକୁର ଆମ ପ୍ରଭୁ ଜଗନ୍ନାଥ ସ୍ବାମୀ।


ଦିନେ ଥିଲା ସିଂହଭୂମି, ଉତ୍କଳ ମୋଉଡ଼ ମଣି

     ହୀନିମାନ ହୁଏ ଆଜି ଉତ୍କଳର ଏହୁ ମଣି ।


ଥିଲା କି ସମୟ ତେବେ ଅବା କେଉଁ ପରିସ୍ଥିତି,,

     ଦେଲଭୂମି ଅନ୍ୟରାଜ୍ୟେ ଏହୁହେଲା କେଉଁସ୍ଥିତି ।


ଛେଉଣ୍ଡ କରିଲ ତୁମେ ଦେଲ ଅନ୍ୟରାଜ୍ୟେ ନେଇ,

     ହେଲୁ ଝାଡ଼ଖଣ୍ଡୀ ଏବେ ଝାଡ଼ଖଣ୍ଡ ରାଜ୍ୟେ ଭାଇ।


ମିଳେ ନାହିଁ ବହି ଏଠି ସ୍କୁଲେ ନାହାନ୍ତି ଶିକ୍ଷକ,

     ବଡ଼ଠାକୁରଙ୍କ ଭୂମି ହୁଏ ଭାଷାଶୂନ୍ୟ ଦେଖ।


ନିତ୍ୟେ ନେତାଙ୍କର ଦେଖ, କିପରି ଟି ରାଜନୀତି,

    ବଞ୍ଚିତ କରନ୍ତି ଶିକ୍ଷା ଓଡ଼ିଆ ଜାତିଙ୍କୁ ନିତି।


ଓଡ଼ିଆ ଭାଷାଙ୍କୁ ନେତା ଶିକ୍ଷା ବଞ୍ଚିତ କରନ୍ତି,

    କେଉଁ କାରଣ ରୁ ଏଠି ଭାଷା ବହି ନ ଦିଅନ୍ତି?


ଶିକ୍ଷା ଅଧିକାର ଅଟେ ସମ୍ବିଧାନ ଦେଉ ଅଛି,

    ନୂଆ ଶିକ୍ଷା ନୀତି ମଧ୍ୟ ଅଧିକାର ଦେଇ ଅଛି।


କୋଡ଼ିଏ ଲକ୍ଷ୍ୟରୁ ବେଶି, ଓଡ଼ିଆ ଙ୍କ ମାତୃଭୂମି,

    ମାତୃଭାଷା ଶିକ୍ଷା କିମ୍ପା ନ ପାଇବ ଏହୁ ଭୂମି?


ନାହିଁ ନେତାଙ୍କ ଧ୍ୟାନ ନାହିଁ ଓଡ଼ିଆରେ ପ୍ରିତି,

    ବହି ମିଳେ ନାହିଁ କିମ୍ପା କିପରିଟି ରାଜନୀତି।


ନାହିଁ ଶିକ୍ଷା ଭାବ ଏଠି ନାହିଁ ନେତାଙ୍କ କର୍ତ୍ତବ୍ୟ,

    କରେ ରୋଦନ ଓଡ଼ିଆ କିପରି ଟି ସେ କର୍ତ୍ତବ୍ୟ?


ଶୁଣୁ ନାହିଁ ଉତ୍କଳ ଟି, ନ ଶୁଣେ ଟି ଏହୁ ରାଜ୍ୟ,

    କେ ଶୁଣିବ ଗୁହାରି ଟି, ନାହିଁ ଅନ୍ୟ କେଉଁ ରାଜ୍ୟ।


ଜଗନ୍ନାଥ ଭୂମି ଏହୁ, ଆମ ଏ ବିଚ୍ଛନ୍ନାଚଳ,

    ଭାଷା ଶୂନ୍ୟ ଭୂମି ଏହୁ, ହୁଏ ନିତ୍ୟେ କଲବଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy