STORYMIRROR

ଦୀପଙ୍କର ଦାସ

Tragedy Classics Inspirational

4  

ଦୀପଙ୍କର ଦାସ

Tragedy Classics Inspirational

ଜୀବନ ଏକ ଯୁଦ୍ଧ

ଜୀବନ ଏକ ଯୁଦ୍ଧ

2 mins
551


ଜୀବନ ନୁହେଁ ଏକ ଯୁଦ୍ଧ ଏକ ଯୁଦ୍ଧ ଏକ ଯୁଦ୍ଧ

ପାଦ ତଳେ ଦଳି ଯିବୁ ସେ ଘାସ ତୁ ନୁହଁ

ଚାଲୁ ଚାଲୁ ଭାଙ୍ଗି ଯିବୁ ସେ ଆଶା ତୁ ନୁହଁ

ଦେଖୁ ଦେଖୁ ସରିଯିବ ସେ ସ୍ବପ୍ନ ତୁ ନୁହଁ

ଜୀବନ ନୁହେଁ ଏକ ଯୁଦ୍ଧ ଏକ ଯୁଦ୍ଧ ଏକ ଯୁଦ୍ଧ।

ଇତିହାସ କୋଉ ହସ୍ତୀ

ତୁ ଭୂଗୋଳ ବଦଳି ଦବୁ

ସମୁଦ୍ର ଲଙ୍ଘିବୁ ଆକାଶ ଚିରିବୁ

ଗିରି ଶିଖରରେ ପତାକା ପୋତିବୁ

ଜୀବନ ନୁହେଁ ଏକ ଯୁଦ୍ଧ ଏକ ଯୁଦ୍ଧ ଏକ ଯୁଦ୍ଧ।

ଲୋକେ କହିଦେବେ ପାଗଳାମି ଛାଡ଼

ମୁଁ ତ ଠାରୁ ଅଧିକ ଦୁନିଆ ଦେଖିଛି

ଛାତିକୁ ଫୁଲାଇ ହୁଙ୍କାର କରି ବୀର ଦର୍ପରେ କହିବୁ

ତୁ ଦେଖିବାକୁ ମୁଁ ଦେଖାଇବା ପାଇଁ ଆସିଛି

ଜୀବନ ନୁହେଁ ଏକ ଯୁଦ୍ଧ ଏକ ଯୁଦ୍ଧ ଏକ ଯୁଦ୍ଧ।

ଜୀବନେ ଘୋଟିବ କେତେଯେ ଅନ୍ଧାର

ଆଲୁଅ ମିଳିବ ନାହିଁ

ଛାତିର ପଞ୍ଜରା ଜଳାଇ ଦବୁ

ପଛକୁ ଚାହିଁବୁ ନାହିଁ

ଜୀବନ ନୁହେଁ ଏକ ଯୁଦ୍ଧ ଏକ ଯୁଦ୍ଧ ଏକ ଯୁଦ୍ଧ।

ଆଖି ମିଳିଛି ନ୍ୟାୟ ଦେଖିବାକୁ

ଅନ୍ୟାୟ ଦେଖିବୁ ନାହିଁ

କେହି ନ ଲଢ଼ିଲେ ଏକା ତୁ ଲଢ଼ିବୁ

ଭୟରେ କାତର ନହୋଇ

ଜୀବନ ନୁହେଁ ଏକ ଯୁଦ୍ଧ ଏକ ଯୁଦ୍ଧ ଏକ ଯୁଦ୍ଧ।

ମରିବାକୁ ତୋର କାହିଁ ଏତେ ଡ଼ର

ଲଢ଼ିକି ମରିଲେ ହେବୁତୁ ଅମର

ସମୟ ଜଗିବୁ ସମୟ ସଂଚିବୁ

ସମୟ ମୁଲ୍ୟ ବୁଝିବୁ

ଜୀବନ ନୁହେଁ ଏକ ଯୁଦ୍ଧ ଏକ ଯୁଦ୍ଧ ଏକ ଯୁଦ୍ଧ।

ଆହ୍ବାନ କି ଆଜି ଆହ୍ବାନ ଦବ

ସେ ହେଇଯିବ ସ୍ତବ୍ଧ

ପଣ ଯେ କରିଛୁ ଅସାଧ୍ୟ ସାଧିବୁ

ଇତିହାସ ତ ନାଆ ଲେଖିବାକୁ ବାଧ୍ୟ

ଜୀବନ ନୁହେଁ ଏକ ଯୁଦ୍ଧ ଏକ ଯୁଦ୍ଧ ଏକ ଯୁଦ୍ଧ।

ଧୀର ଧୀର ଦୁର୍ବଳ ନଦୀର ନୀର

ସେ ବି କାଟେ ଦିନେ ପଥର

ଫୁଟା ଫୁଟା ରକ୍ତ ତୋର

ପରିଶ୍ରମେ ନ ହୋଇ ଇତର

ଜୀବନ ନୁହେଁ ଏକ ଯୁଦ୍ଧ ଏକ ଯୁଦ୍ଧ ଏକ ଯୁଦ୍ଧ।

କେହି ଭାଇ ନୁହଁ

କେହି ନୁହେଁ ବନ୍ଧୁ

କେହି ନୁହେଁ ସୋହଦର

ଜୀବନ ଯୁଦ୍ଧରେ ତୁ ଏକା ଯୋଦ୍ଧା ତୁ ଏକା ଅଟୁ ବୀର

ଜୀବନ ନୁହେଁ ଏକ ଯୁଦ୍ଧ ଏକ ଯୁଦ୍ଧ ଏକ ଯୁଦ୍ଧ।



Rate this content
Log in

Similar oriya poem from Tragedy