STORYMIRROR

Sumitra Nayak

Tragedy Classics Inspirational

4  

Sumitra Nayak

Tragedy Classics Inspirational

ଦିନ ଦରଦ

ଦିନ ଦରଦ

2 mins
491


ପଥେ ଗଲା ବେଳେ        ଦେଖିଲି ମା ଲୋ

               ଶତ ବୟସର ବୃଦ୍ଧ '

ଏକାନ୍ତ ସ୍ଥାନରେ          ବସି ରହିଥିଲେ

          ଦୀନ ଦରଦରେ ବଦ୍ଧ...।।

ବିରାଟ କାୟ ସେ           ଅଶ୍ଵତଥ ମୂଳେ

          ଥାକା ମରା ଯୁକ୍ତ ହୋଇ '

ଚର୍ମ ଧୁଡୁ ଧୁଡୁ               ମୁଣ୍ଡ ଫୁରୁ ଫୁରୁ

         ବିଶ୍ରାମ ଉତ୍ସୁକ ହୋଇ...... ।।

ନାହିଁ ପଟ ଦେହେ          ନାହିଁ ହାସ୍ୟ ମୁହେଁ

            ହୃଦ କ୍ଲେଶେ ଛଟ ପଟ '

ନିରୀହ ଚାହାଣି              କରୁଣ ଅବସ୍ଥେ

          ଦେହ ଧୂଳି ନଟ ପଟ.... ।।

ଦେଖିଲେ କରୁଣା             ଆସିବାକି ନାଁ

            କହିବ କି ମାଆ ଟିକେ '

ପାଖେ ଧାଇଁ ଗଲି            ପଚାରି ମୁଁ ଦେଲି

          ଜେଜେ ଏଠି ତୁମେ ଏକେ..... ।।

ଫୁଙ୍ଗୁଳା ଦେହକୁ            ଝାଞ୍ଜି ପବନକୁ

            ଏକାନ୍ତରେ ବସ କାହିଁ '

ଘରେ ଛାଡି ଦେବି           କହିବ କି ଜେଜେ

           ଘର ଅବା ତୁମ କାହିଁ..... ।।

ନିଷ୍ଠୁର ଅବସ୍ତା                 ଦେଖି କରି ମାଆ

         ଲୋତକ ମୋ ଝରି ଗଲା '

ଏକାନ୍ତରେ ତାଙ୍କୁ             ଛାଡ଼ି ଯେ ଯିବାକୁ

         ମନ ମୋର ନ ମଙ୍ଗିଲା...... ।।

ବସି ମୁଁ ପଡ଼ିଲି                  ତାଙ୍କରି ପାଖରେ

            ପାଣି ପିଇବାକୁ ଦେଇ '

ଖୁଆଇ ମୁଁ ଦେଲି              ଆପଣା ହସ୍ତରେ

            ମନ ଅଧିର କ ପାଇଁ..... ।।

ନୀରିହ ଆଖିରେ              ଗଭୀର କାହାଣୀ

           ଲୋତକ ଝରାଇ ଦେଲେ '

ଥର ଥର କଣ୍ଠେ              କହିଲେ ମାଆ ରେ

          ଏବେ ମୁଁ ଆଗକୁ ଚାଲେ.... ।

ଭଗବାନ ତୋର              ମଙ୍ଗଳ କରନ୍ତୁ

           ଭଲରେ ତୁ ରହ ସଦା  '

ଆଶିଷ ଅଜାଡି               କହିଲେ ଯେ ମାଆ

         ହୃଦ ତୋ ସ୍ନେହେ ବନ୍ଧା..... ।।

ହାତେ ତାଙ୍କ ଦେଲି          ତାଙ୍କ ସାହା ବାଡ଼ି

           ଧରି ଉଠାଇ ମୁଁ ଦେଲି '

ଶତୃ ଖରାଟା ବି               ହଟ ଦେଖାଉଛି

          ଓଢଣୀ ମୁଁ କାଢି ଦେଲି.... ।।

ମୁଣ୍ଡରେ ପଗଡି                କରି ବାନ୍ଧି ଦେଲି

            ଶ୍ଵେତ ଓଢଣୀକୁ ମୋର '

କିଛି ଦୂର ଯାଏ                 ବାଟେଇ ଆସିଲି

         ସାହାରା ଯେ ଦେଇ ମୋର..... ।।

କେଡେ ସେ କାରୁଣ୍ୟ          ଦୃଶ୍ୟଲୋ ସେ ମାଆ

            ଛାତି ଥରାଇ ମୋ ଦେଲା '

ଏମିତି କଷଣ                  ବୃଦ୍ଧ ଅବସ୍ତା ରେ

            ଭାଗ୍ୟ ଯେ ନ ଦଉ ଭଲା.... ।।

ଏମିତି କଷଣ                   ବୃଦ୍ଧ ଅବସ୍ତା ରେ

         ଭାଗ୍ୟ ଯେ ନ ଦଉ ଭଲା.... ।।......



Rate this content
Log in

Similar oriya poem from Tragedy