STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

"ଅଭୁଲା ସେ ମୁହୂର୍ତ୍ତ‌‌‌ କିଛି"

"ଅଭୁଲା ସେ ମୁହୂର୍ତ୍ତ‌‌‌ କିଛି"

2 mins
273

ବିଗତ ଦିନର କିଛି କଥା

ମୋ ହୃଦେ ସାଇତି ରଖିଛି

ସତେ ଅବା ସେ ମୋ ପାଇଁ ସବୁ କିଛି

ମୋତେ ଏବେ ବି ସେ ଦିନ କହୁଛି

ତୋ ଜୀବନର ଗତିପଥ ମୁଁ ବଦଳାଇଛି

ମୁଁ ପରା ତୋ ମୁକସାକ୍ଷୀ

ମୁଁ ପରା ତୋ ଜୀବନର ଚିରନ୍ତନ ସାଥୀ

ମୁଁ ତୋ ଜୀବନର ଅଭୁଲା ସେ ମୁହୂର୍ତ୍ତ‌‌‌ କିଛି ।


ଜୀବନର ମାନେ କ'ଣ ଯେବେ ଜାଣି ନ ଥିଲୁ

ଜୀବନର ସଂଜ୍ଞା କୁ ଯେବେ ବୁଝି ନ ଥିଲୁ

ମୁଁ ଥିଲି ତୋ ସାଥୀରେ

ଅହରହ ତୋ ପାଶେ ରହି

ଚଲାଉଥିଲି ତୋତେ ଏକ ନିର୍ଦ୍ଧିଷ୍ଟ ରାସ୍ତାରେ

ନା ଥିଲା କେଉଁ ପ୍ରେମିକା, ନା ଥିଲା କେଉଁ ନାୟିକା

ମୁଁ ଥିଲି ତୋ ପ୍ରତିଟି କର୍ମ ଅକର୍ମରେ

ମୁଁ ଅନାମିକା ମୁଁ ଚିରସ୍ରୋତା

ମୁଁ ଥିଲି ତୋ ପାଇଁ ତ୍ରିପୁର

ସ୍ଵର୍ଗ, ପାତାଳ ଓ ମର୍ତ୍ତ୍ୟ

ମୁଁ ସତ୍ୟ ସତ୍ୟ ସତ୍ୟ ତ୍ରିବାର ସତ୍ୟ

ମୁଁ ତୋର ଚିର ସାଥୀ ଅଭୁଲା ମୁହୂର୍ତ୍ତ ।


ଏବେ ନାହିଁ ଏବେ ଅଛି

କାଲି ନାହିଁ ଆଜି ଅଛି

ସତ୍ୟକୁ କେବେ ତୁ ଦେଇଥାଉ ମନୁ ପୋଛି

ଧର୍ମକୁ ମିଛ ଟାରେ ନିନ୍ଦୁଥାଉ ବସି

କେବେ ତୁ ଦୁର୍ବଳ ସାଜୁ ନିଜକୁ

କେବେ ସାଜୁ ସବଳ

କେବେ ବିଫଳ ପୁଣି କେବେ ହେଉ ସଫଳ

ଦୁର୍ବଳ ସବଳ ବିଫଳ ସଫଳ

ସବୁଥିରେ ମୁଁ ଥିଲି ଓ ଅଛି

ଦୁଃଖ ସୁଖ ହସ କାନ୍ଦର

ମୁଁ ଅଭୁଲା ସେ ମୁହୂର୍ତ୍ତ‌‌‌ କିଛି ।


କେବେ ପ୍ରିୟା ଓଠରେ 

ତୋ ମୁଖେ ଫୁଟାଇଛି ହସ

କେବେ ଶତ୍ରୁ ହସ୍ତରେ ମୁଁ କରିଛି ପରାସ୍ତ

କିଏ ତୋତେ କୋଳାଇଛି ବନ୍ଧୁ ତୁଲ୍ୟ

ତୁ କାହୁଁ ବୁଝିବୁ ସେ ପ୍ରେମ ପ୍ରଣୟ

ତା'ର ଗୁଢ ରହସ୍ୟର ମୂଲ୍ୟ

କେତେ ହସ କେତେ ଲୁହ ତୋ ଜୀବନେ

ମୁଁ ଯେ ବାଣ୍ଟିଛି

ତୋ ମନର ଲୁହ ଓ କୋହକୁ 

ଅତି ନିକଟୁ ଦେଖିଛି

ଜୟ ପରାଜୟର ସାମ୍ନା ଜୀବନେ

କେତେ ଯେ କରିଛୁ

 କେତେ ଘାତ ପ୍ରତିଘାତୁ କେତେ ତୁ ତରିଛୁ

 ତା ହିସାବ କ'ଣ ତୁ ରଖି କି ପାରିଛୁ

 ମୁଁ କିନ୍ତୁ ମୋ ହୃଦୟେ ସାଇତି ରଖିଛି

 ମୁଁ ଅଟେ ଅଭୁଲା ସେ ମୁହୂର୍ତ୍ତ କିଛି ।


 ଯୁଦ୍ଧ, ହିଂସା, ଈର୍ଷା, ଦ୍ୱେଷ

 ସବୁରେ ରଚିଛି ମୁଁ ବିଭୀଷିକା

 ମୁଁ ନିର୍ବିକାର ମୁଁ ନିରାକାର

 ମୁଁ ଚକ୍ରାକାର 

 ଚକ୍ରବତ୍ ଘୂରୁଛି ମୁଁ ଘୂରୁଥିବି

 ନାମ ବହି ମୁଁ ମୋ ଅନାମିକା

 ମୁଁ ନୁହେଁ ନାୟକ କି ନାୟିକା

ସବୁ କ୍ଷଣସ୍ଥାୟୀ ବୋଲି ଯାଏ କହି କହିକା

 ମୁଁ କାଳ ମୁଁ ମହାକାଳ ମୁଁ ଯୁଗେ ଯୁଗେ

 ସଭିଙ୍କ ଜୀବନ ଦର୍ଶନର ଅଟେ ମାର୍ଗ ଦର୍ଶିକା

 ସମସ୍ତଙ୍କ ପୋଥି ପୋଞ୍ଜି ସାଇତି ମୁଁ ରଖିଛି

 ଦୁର୍ଦ୍ଦିନ ସୁଦିନର ମୁଁ ଅଟେ

 ଅଭୁଲା ସେ ମୁହୂର୍ତ୍ତ କିଛି ।     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract