STORYMIRROR

Mahendra Kumar Swain

Tragedy Classics

4  

Mahendra Kumar Swain

Tragedy Classics

ଈଶ୍ୱର

ଈଶ୍ୱର

2 mins
538

ଜଗତକୁ ରକ୍ଷା କର ହେ ଈଶ୍ୱର

ପଡ଼ିଛି ସବୁଠି ହୁରୀ

ତୁମ ବିନା ଏଇ ସଂସାର ଅସାର

ତୁମେ ତ ସବୁ ଆମରି


ଗଢ଼ିଚ ପ୍ରଭୁ ହାତରେ ତୁମରି

ଏ ସୁନ୍ଦର ପୃଥିବୀକୁ

ପଡ଼ିଛି ଆଜି ହେ ବିପତି ଧରାରେ

ରକ୍ଷା କର ସଂସାରକୁ


ଅଜଣା ଏ ରୋଗ ସଂସାରରେ ଆଜି

ପକାଇ ଦେଇଛି ହୂରୀ

ମଣିଷ ଜୀବନ ନଷ୍ଟ କରିଦେଇ

ଦେଉଅଛି ସିଏ ମାରି


କେଉଁଠୁ ଆସିଲା ଏ ଅଜଣା ରୋଗ

ଆଜିବି ତ ଜଣା ନାହିଁ

ତୁମେ ନ ରଖିଲେ ତୁମ ସଂସାରକୁ

କେହି ତ ରହିବେ ନାହିଁ


ରୋଗ ବାତ୍ୟା ବନ୍ୟା ଗୋଟେ ପରେ ଗୋଟେ

ଦେଉଛି ଧରାକୁ କଷ୍ଟ

ଲାଗିଲାଣି କାହିଁ କାଳିଆରେ ମତେ

ହେବକି ଦୁନିଆ ନଷ୍ଟ ।


ହାତଯୋଡ଼ି କରି ନିବେଦନ କରେ

ପ୍ରଭୁ ତୁମେ ରକ୍ଷା କର

ହାତେ ଗଢା ତୁମ ସଂସାରକୁ ତୁମେ

ତୁମେହିଁ ଉଦ୍ଧାର କର


ତୁମ ଗଢ଼ା ଏଇ ସୁନ୍ଦର ଧରାକୁ

ମଣିଷ ନଷ୍ଟ କରୁଛି

ସେଥିପାଇଁ ପ୍ରଭୁ ଏଇ କଷ୍ଟ ସବୁ

ମଣିଷ ଭୋଗ କରୁଛି


ଆସ ହେ ଈଶ୍ୱର ନିଅ ଅବତାର

କଷ୍ଟ ଏହି ଦୁର କର

ହାତ ଗଢ଼ା ତୁମ ସଂସାରରେ ପ୍ରଭୁ

ଖୁସି ତୁମେ ପ୍ରଭୁ ଭର


ଆସ୍ତେ ଆସ୍ତେ କରି ସବୁ ଆହେ ପ୍ରଭୁ

ନଷ୍ଟ ଯେ ହୋଇଗଲାଣି

ଦିନକୁ ଦିନକୁ ଏହି ରୋଗେ ପ୍ରଭୁ

କେତେ ଯେ ଲୋକ ମଲେଣି


ଶୁଣ ହେ ଈଶ୍ୱର ସଭିଙ୍କ ଗୁହାରି

କରୋନା କୁ ନାଶ କର

ତ୍ରାହି ତ୍ରାହି ବୋଲି ଡାକୁଛି ମଣିଷ

ଜଗତ ଉଦ୍ଧାର କର ।


ହୃଦୟ ଭିତରୁ ଡାକୁଛି ତୁମକୁ

ଶୁଣ ହେ ଈଶ୍ୱର ବ୍ୟଥା

ତୁମ୍ଭ ସନ୍ତାନ ଙ୍କୁ ପଡିଛି ବିପତି

ବୁଝ ଆହେ ତାଙ୍କ କଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy