STORYMIRROR

Rekharani Sahu

Romance Tragedy

4  

Rekharani Sahu

Romance Tragedy

ତୁମେ

ତୁମେ

2 mins
417

ଜାଣେନି କ'ଣ ହେବ ସେ ସଂପର୍କ

କି ତା ନାମ ବି କିଛି ଦେଇନି

ତୁମକୁ ଦେଖିବା ପରେ

ତୁମ ସହ ଆଳାପ ପରେ

ତୁମେ ଯେପରି ଆପଣାର ବୋଲି

ପ୍ରତୀତ ହୁଏ ସେ ପ୍ରଥମ ସାକ୍ଷାତରେ

ଜାଣିବାକୁ ଇଚ୍ଛା ଜାଗ୍ରତ ହୁଏ ମନରେ

ହେଲେ ନିଜକୁ ରୋକି ନିଏ

କାହିଁକି ନା କି ନାମ ଦେବି

ଏ ନାମ ହିନ ସମ୍ପର୍କରେ

ତୁମେ ଭାବିପାର ଏତେ ଚୁପ୍ ରହି

ପାରୁଛି କିପରି ,

ସତ କହୁଛି

ପ୍ରତି କ୍ଷଣ ଲାଗୁଛି ବରଷ ପରି ....

ଜାଣେନି ଆଗାମୀ ପଦକ୍ଷେପ କଣ ହେବ

କିନ୍ତୁ ବିଶ୍ବାସ ଏ ହୃଦୟକୁ ଦେଇଛି

ମିଳନ ନିଶ୍ଚିତ ହେବ ....

ଜାଣେନି ଏ ସମାଜ ଏ ସଂପର୍କର ନାମ କଣ ଦେବ

କିନ୍ତୁ ଏ ମନ ତାକୁ ପବିତ୍ରତାର ବୋଲି ଘୋଷଣା କରିବ ...

ସାତ ଦୀପ ଆଠ କଳସ ଦେଇ

ଯେବେ ହୋମ ନିଆଁରେ

ଲଜ୍ଜା ଜଳିବ

କଥା ଦେଉଛି ଏ ଜୀଵନ ସେବେଠୁ

ତୁମ ନାମ ରେ ହେବ ...

ମୁଁ ଏବେ କିଛି ସ୍ବପ୍ନ ସଜାଇନି

ଏ ଆଖିରେ

କାହିଁକି ନା ମୁଁ ବିଶ୍ଵାସ କରେ

ବର୍ତ୍ତମାନ ରେ ...

ଆଶା ନାହିଁ ପାଇବାର କିଛି

କିନ୍ତୁ ତୁମକୁ ପାଇଲା ପରେ

ହରାଇବାକୁ ଚାହିଁବିନି କିଛି ....

ତୁମକୁ ଦେଖେ ନିଜ ଆଖିରେ

ପ୍ରତି ମୁହୂର୍ତ୍ତରେ

କେମିତି କହିବି

ଅପେକ୍ଷା କରିଛି ତୁମକୁ

ପ୍ରତି ସ୍ପନ୍ଦନରେ.....।।

ମିଳନ ହୋଇଲା ସେ କିଛି ସମୟ ପାଇଁ

ଯାହା ଦିନ ପରେ ଦିନ ଆପଣାର ଲାଗିଲା

ଏମିତି ଗଡ଼ି ଚାଲିଲା କିଛିଦିନ

ତା' ପରେ ସ୍ବାର୍ଥ ସବୁ ଜଳ ଜଳ ହୋଇ

ଦେଖାଗଲା

ଆନ୍ତରିକତା ସବୁ କ୍ରୋଧର ରୁପନେଲା...।।

ତଥାପି ତୁମ ପାଇଁ ନିଜକୁ ଆୟତ କଲି

ଯେବେ ସେଥିରେ ନୂଆ ପ୍ରଜାପତି ପ୍ରତି

ତୁମର ଆଗ୍ରହ ଦେଖିଲି

ନିଜକୁ ତୁମଠୁ ଦୁରେଇବାକୁ

ବାଧ୍ୟ ମୁଁ ହେଲି

ତୁମେ ଭାବିପାର

ମୁଁ କିପରି ଏମିତି କଲି

ସେଇ ପ୍ରଶ୍ନ ମଧ୍ଯ ମୋର

କିପରି ତୁମ ମନରେ ଆଉ କାହା ପାଇଁ

ସ୍ଥାନ ମୁଁ ମୋ ଆଖିରେ ଦେଖି ଦେଲି ।।

ବିଚ୍ଛେଦ ରେ ନିଜକୁ ଯନ୍ତ୍ରଣା ଦେଲି

ପୁଣି ନିଜକୁ ଶକ୍ତ କରିଲି

ନିଜ ପାଇଁ ନିଜକୁ ଭକ୍ତ ସଜାଇଲି

ଦିଅଁ କୁ ନିଜକୁ ସମର୍ପି ଦେଇ

ତୁମ ପ୍ରତି ଥିବା ମୋହ ଠାରୁ ନିଜକୁ ବିରତି ଦେଲି ।।

ତୁମେ , ତୁମେ ହେଇ ରହିଗଲ

ମୁଁ, ମୁଁ ହେଇ ରହିଗଲି

ବଢ଼ିଗଲା ଦୂରତା

କଟିଲା ବନ୍ଧୁତା

ତୁମେ ମୁକ୍ତ ହୋଇ ନୂଆ ପ୍ରଜାପତି

ସହ ସ୍ଵପ୍ନ ଦେଖିଲ

ମୁଁ ନିଜକୁ ପାଇଁ ନିଜ ସହ ବନ୍ଧୁତା

ମଜଭୁତ କରି ରହିଲି

ବାସ୍ ଏତିକି କହିବାର ଥିଲା

ତୁମ ମନେ ଯଦି ଏତେ କଥା ଥିଲା

ତେବେ ତୁମେ, "ତୁମେ" ହେଇ କ'ଣ ହାସିଲ୍ କରିଲ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance