ଅସହାୟ ବୃଦ୍ଧବୃଦ୍ଧା
ଅସହାୟ ବୃଦ୍ଧବୃଦ୍ଧା
ଚଳନ୍ତି ପ୍ରତିମା ବୃଦ୍ଧ ପିତାମାତା
ଜନ୍ମଦାତ୍ରୀ ଜନ୍ମଦାତା
ହେ'ସନ୍ତାନ ସନ୍ତତି କରୁଛି ବିନତୀ
ପ୍ରଣିପାତ କର ସଦା ।
ବୃଦ୍ଧ ବୟସରେ ଜରା ନିବାସରେ
ଶୁଭୁଛି କ୍ରନ୍ଦନ ସ୍ବର
ହୃଦ ବିଦାରକ ସାଂପ୍ରତିକ ଚିତ୍ର
ଅବକ୍ଷୟ ସମାଜର ।
ଚଳନ୍ତି ପ୍ରତିମା ଦୁଃଖେ ଜର୍ଜରିତା
ପାଷାଣ ପାଉଛି ପୂଜା
କିଲାଭ ପାଇବୁ ପାଷାଣ ପୁଜୁଛୁ
ବରଣ କରୁଚୁ ସଜା ।
ସୁରମ୍ୟ ସୃଷ୍ଟିକୁ ଆଣିଛି ଆମକୁ
କେତେ ବଡ଼ ତା'ର ତ୍ୟାଗ
ଦଶ ମାସ କାଳ ଗର୍ଭେ କରି ଭାର
କଷଣ କରିଛି ଭୋଗ ।
ବିଚାର ବିମର୍ଷ କରହେ ସୁପୁତ୍ର
ପିତାମାତା ସର୍ବ ଶ୍ରେଷ୍ଠ
ଜରା ନିବାସରେ ଛାଡିବନି କେବେ
ଅରଜିବା ନାହିଁ ପାପ ।
ଭଙ୍ଗା କୁଡିଆରେ ରହିବା ସୁଖରେ
ପ୍ରିୟଜନ ସର୍ବେ ମିଶି
ବୈକୁଣ୍ଠ ସମାନ ଆମ ଟିକି ଘର
କେହି ବସିବାନି ରୁଷି ।
ବୋଝମଣ ନାହିଁ ପିତା ମାତା ସେହି
ବିଦ୍ୟା ବୁଦ୍ଧି ଗନ୍ତାଘର
ରାଜ ଗାଦି ଥାଇ ରାଜା ଯଦି ନାହିଁ
ନୁ6ହଁ ଜମା ଶୁଭଙ୍କର ।
ମୁଖରୁ ନିସୃତ ନହେଉ ଶବଦ
ଜରା ଆଶ୍ରୟ ସ୍ଥଳୀ
ଲୋତକ ନିଗାଡି ନଯା'ନ୍ତୁ କେହି
ହୃଦୟ ନଯାଉ ଜଳି ।
ଜୀବନର ଛବି ପ୍ରତୀତ ହୁଅଇ
ବୃଦ୍ଧ ବୟସରେ ବେଶି
ଦୁଃଖେ ଜର୍ଜରିତ ଏଜୀବନ ସତ୍ୟ
ମୃତ୍ଯୁ ପାଶେ ଥାଏବସି ।
ପ୍ରିୟଜନ ସର୍ବେ ଭୁଲିଯା'ନ୍ତି ସତେ
ସମୟକୁ ଆଳ କରି
ଦୃଷ୍ଟି ଆଢୁଆଳେ ବୃଦ୍ଧ ଲୁହଢାଳେ
ସମ୍ପର୍କକୁ ଝୁରିଝୁରି ।
ନିଃସହାୟତାର ଚରମ ସ୍ବାକ୍ଷର
ଉଦବେଳିତ ମନପ୍ରାଣ.
ପୁତ୍ର ପୁତ୍ରବଧୂ ଦୁଃଖ ଦ୍ଯନ୍ତୀ ସବୁ
ପ୍ରାୟଶ୍ଚିତେ ସୁଝେ ଋଣ ।
ଶ୍ରମଦାନ କରି ଗଢିତୋଳି ଥିଲି
ସୁରମ୍ୟ ଆବାସ ନୀଡ଼
ସେଇ ନୀଡ଼େ ଆଜି ଝଡ ଉଠେଗର୍ଜି
ଆଖିରୁ ହଜିଛି ନିଦ ।
ବୃଦ୍ଧ ହେବା କ'ଣ ମୋର ବଡ଼ ପାପ
ଅବସାଦେ ବିତେ ଦିନ
ହାୟରେ ସମୟ ହେଲୁତୁ ନିର୍ଦ୍ଦୟ
ବୁଝୁନି ଅବୁଝା ମନ ।
ସ୍ନେହଁ ଶ୍ରଦ୍ଧା ପ୍ରୀତି ଉଭେଇ ଯାଇଛି
ଅନୁଭବେ ଅନୁତପ୍ତ
ପୁତ୍ରମାନେ ମୋର କେତେ ସଂସ୍କାରିତ
ଜୀବନ୍ତେ ସାଜିଛି ପ୍ରେତ ।
ଅର୍ଦ୍ଧାଂଗିନୀ ଦୁଃଖ ମୋଠାରୁ ଅପାର
ହୃଦୟ ମୋ' ସହୁନାଁହି
କର୍ଣ୍ଣକଟୁ ଶବ୍ଦ. ହୃଦେଭରେ କୋହ
ଜୀବନ୍ତ ମରଣ ଏହି ।
ହାତଧରି ଯିଏ ଚାଲୁ ଥିଲା ଦିନେ
ସ୍ବପ୍ନ ବିଭୂଷିତ ମନେ
ସେଇ ପୁତ୍ର ଆଜି ଭୁଲିତ ଯାଇଛି
ଯୌବନର ଊଥାପନେ ।
ହେ ସନ୍ତାନ ସନ୍ତତି କରୁଛି ବୀନତି
ପିତାମାତା ଦେବତୁଲ
କେତେ କ୍ଳେଶ ସହି ଜନ୍ମ ଦେଇଛନ୍ତି
ହେଜ ଆହେ ଟିକି ଫୁଲ ।
ସୁରମ୍ୟ ସୃଷ୍ଟିର ରମ୍ୟ ଉପହାର
ବୃଦ୍ଧ ପିତାମାତା ଆମ
ଅବହେଳା ଚିହ୍ନ ରଖନାଁହି ଧନ
ଅଜାଡିବା ସ୍ନେହଁ ପ୍ରେମ ।
ସ୍ଵେଚ୍ଛାସେବୀ ମାନେ ଜରା ନିବାସରେ
ଆଶାର ଆଲୋକ ଧାରା
ସମ୍ପର୍କର ସେତୁ ମନପ୍ରାଣ ଜିତୁ
ଭାବନା ହେଉ ନିଆରା ।
ହେ ସମାଜ ସରାଗୀ ସାମାଜିକ କର୍ମୀ
ତୁମେ ସତେ ଦେବ ଦୂତ
ବୃଦ୍ଧ ବୃଦ୍ଧାଙ୍କର ସତେ ଆପଣାର
ହୃଦୟ ପରାଣ ମିତ ।
ପ୍ରିୟ ପରିଜନ କରିଦେଲେ ପର
ସୁଜିଲେନି ଜମା ଋଣ
କାନ୍ଦୁଛି ହୃଦୟ କାନ୍ଦୁଛି ଏମନ
ବଞ୍ଚିବାକୁ କରି ପଣ
ନିଃସ୍ବାର୍ଥପରତା ସ୍ନେହ ଓ ସଦିଚ୍ଛା
ତୁମ ଠାରେ ଅଛି ଠୁଳ
ଆମ ସମ୍ପର୍କରେ ନାହିଂ ଆବିଳତା
ସମ୍ପତ୍ତି ହେବନି କାଳ ।
ନିସଙ୍ଗ ଜୀବନ ନୁ6ହଁ ସମୀଚିନ
ନିସଙ୍ଗତା ଭରେ କୋହ
ଜରା ନିବାସରେ କେମିତି ରହିବ
ତୁମେ ବୃଦ୍ଧ ହେଲେ କୁହ ।
ଜଗତର ନାଥ ହୁଅହେ ସଦୟ
ସର୍ବ ଦୁଃଖ ହେଉ ଦୂର
ବୃଦ୍ଧ କାଳେ ଦୁଃଖ ନହେଉ ହେଭୋଗ୍ୟ
ନୟନୁ ନଝରୁ ନୀର ।
ସୁରମ୍ୟ ଆବାସେ ରହନ୍ତୁ ସଙ୍ଗତେ
ପିତାମାତା ବୃଦ୍ଧ କାଳେ
ନୀରବ ଓଠରୁ ହସ ଝରୁ ଥାଉ
ଆନନ୍ଦ ଉଲ୍ଲାସ ଭୋଳେ ।
ଜରା ନିବାସ ନାହିଁ ଆବଶ୍ୟକ
ହେଜ ଆହେ ପୁତ୍ର ବଧୂ
ରକତ ସମ୍ପର୍କ କରିବାନି ଛିନ୍ନ
ପିତାମାତା ଆମ ବିଭୁ ।