STORYMIRROR

Kulamani Sahu

Classics

4  

Kulamani Sahu

Classics

ମଣିମା

ମଣିମା

1 min
163

ମଣିମା, ତୁମ ମହିମା

କରିପାରିବ କିଏ ବର୍ଣ୍ଣନା?- ୨ଥର

ବିଶ୍ବବ୍ରହ୍ମାଣ୍ଡ ତୁମ ପ୍ରକାଶ

ତୁମେ ଆରମ୍ଭ ତୁମେ ହିଁ ଶେଷ

ତୁମେ ଅକ୍ଷାଂଶ ତୁମେ ଦ୍ରାଘିମା

ମଣିମା.....(ଘୋଷା)


ଆ..... ଆ.....

କ୍ଷୀରସିନ୍ଧୁରେ ତୁମ ନିବାସ

ମହାଶୂନ୍ଯ ତୁମରି ଆଭାସ

ସୌରଜଗତ ତୁମ କପାଳ

ଗ୍ରହନକ୍ଷତ୍ର ତୁମ କୁଣ୍ଡଳ

ତୁମେ କିରଣ ତୁମେ ଚନ୍ଦ୍ରମା

ମଣିମା.....(୧)


ଆ..... ଆ.....

ଆତ୍ମା ରୂପରେ ତୁମେ ଅରୂପ

ପଞ୍ଚଭୂତରେ ତୁମ ସ୍ବରୂପ

ତୁମେ ପରମ ତୁମେ ଚରମ

ତୁମ ନିର୍ଦ୍ଦେଶ ଆମ ଧରମ

ତୁମେ ବୃତ୍ତ ତୁମେ ପରିସୀମା

ମଣିମା.....(୨)


ଆ..... ଆ.....

ତୁମେ ଓଁକାର ବୀଣା ଝଙ୍କାର

ତୁମେ ସାକାର ଓ ନିରାକାର

ତୁମେ ଯୀଶୁ, ଆଲ୍ଲା, ଈଶ୍ୱର

ତୁମେ ଆଧାର ସାରା ବିଶ୍ବର

ତୁମେ ତ୍ରିଭୁଜ ତୁମେ ମଧ୍ଯମା

ମଣିମା.....(୩)


Rate this content
Log in

Similar oriya poem from Classics