STORYMIRROR

Kulamani Sahu

Inspirational Children

3  

Kulamani Sahu

Inspirational Children

ଶିଶୁଦିବସ ଅନୁଚିନ୍ତା

ଶିଶୁଦିବସ ଅନୁଚିନ୍ତା

1 min
208

ଶିଷ୍ଟ ଆଚାର ଶୁଦ୍ଧ ବିଚାର

ଶିଶୁ ଦି' ଅକ୍ଷର ଅର୍ଥ ଉଚିତ

ଶିକ୍ଷା ଆହରଣେ ଶୃଙ୍ଖଳିତ ଗୁଣେ

ଶିଶୁ ଗମିପାରେ ସୁଦୀର୍ଘ ପଥ। (ଘୋଷା)


ଶିକ୍ଷାୟତନର ସଉରଭ ଶିଶୁ

ଗଉରବ ଗୁରୁ ପରମ୍ପରାର

ବିଦ୍ୟାଳୟର ସେ ବଇଦୁର୍ଯ୍ୟ ହାର

ଅଇଶ୍ୱର୍ଯ୍ୟ ସାରା ପରିବାରର

କରିଲେ ଯତନ ମିଳିବ ରତନ

ଉଡ଼ିବ ବିଜୟ ଧ୍ୱଜା ସତତ

ଶିକ୍ଷା ଆହରଣେ ଶୃଙ୍ଖଳିତ ଗୁଣେ

ଶିଶୁ ଗମିପାରେ ସୁଦୀର୍ଘ ପଥ। (୧)


ଶିଶୁ ଏ ଜାତିର ଅମୂଲ୍ୟ ସମ୍ପଦ

ଅତୁଲ୍ୟ ବିଭବ ପୃଥିବୀ ପାଇଁ

ଦେଇ ଶିକ୍ଷା ଦୀକ୍ଷା କରିବା ସୁରକ୍ଷା

ସଜାଡ଼ିବା ତାକୁ ସେନେହ ଦେଇ

ତାଙ୍କରି ସେବାରେ ଜୀବନ ଦେବା ରେ

ଶିକ୍ଷକ ଆମେ ରେ ସଦା ଜାଗ୍ରତ

ଶିକ୍ଷା ଆହରଣେ ଶୃଙ୍ଖଳିତ ଗୁଣେ

ଶିଶୁ ଗମିପାରେ ସୁଦୀର୍ଘ ପଥ। (୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational