ବେଗେ ବିତିଯା' ଆରେ ଦିନ
ବେଗେ ବିତିଯା' ଆରେ ଦିନ
ବେଗେ ବିତିଯା' ଆରେ ଦିନ
ମୋ ଘରେ ଖେଳିବ ପୁନେଇ ଜହ୍ନ -୨ଥର
ମୁଁ ବାପା ହେବି ମୋ ପ୍ରିୟା ମା' ହେବ -୨ଥର
ଖୁସିରେ ନାଚିବ ଆମ-
ସଭିଙ୍କର ମନ
ବେଗେ ବିତିଯା'.....(ଘୋଷା)
ମୋ ପ୍ରିୟାକୁ ଯେବେ ସବୁ ଅରୁଚି ଲାଗିଲା
ଖାଇଲେ ଓଲଟି ହେଲା
ସେଦିନ ଜାଣିଲି ମୁଁ ଏଥର ମୋ ଭାଗ୍ୟ
ଶିକୁଳିଟା ଖୋଲିଗଲା
ଆମ ଅଗଣାରେ ବସିବ ଏଣିକି -୨ଥର
ଚବିଶି ଘଣ୍ଟିଆ ହସ-
ଖୁସିର ଦୋକାନ
ବେଗେ ବିତିଯା'.....(୧)
ଓଜନିଆ ଚିଜ କିଛି ଉଠାଇବାପାଇଁ
ଡାକ୍ତର କରିଛି ମନା
ଯେତେ ଇଚ୍ଛା ଭଲମନ୍ଦ ଖାଇବ ପିଇବ
ହେଳା କରିବନି ଜମା
ପାଣି ଓଟାରିବା ଶିଡ଼ିରେ ଚଢ଼ିବା -୨ଥର
ପ୍ରିୟାପାଇଁ ପୂରାପୂରି-
ହୋଇଛି ବାରଣ
ବେଗେ ବିତିଯା'.....(୨)
ମୋ ବୋଉ ଶୁଣିବ ଡାକ ଜେଜେମା' ବୋଲି
ନନା ହେବେ ଜେଜେବାପା
ଭାଇ ମୋର ହେବ ଦାଦା ଭାରିଯା ତା ଖୁଡ଼ୀ
ଭଉଣୀଏ ହେବେ ଅପା
ମୋ ଛୁଆକୁ ଧରି ଗେଲ କରିବାକୁ -୨ଥର
ଅମାନିଆ ମନ ଆମ-
ହେଲାଣି ଉଚ୍ଛନ୍ନ
ବେଗେ ବିତିଯା'.....(୩)
