STORYMIRROR

Kulamani Sahu

Children

3  

Kulamani Sahu

Children

ଶିଶୁମନ୍ଦିର

ଶିଶୁମନ୍ଦିର

1 min
216


ଏଇ ମନ୍ଦିର ଆମ ମନ୍ଦିର

ଦିଶେ ସୁନ୍ଦର କେଡ଼େ ସୁନ୍ଦର -୨ଥର

ଉଡ଼ଇ ଆକାଶେ ମନ ହରଷେ -୨ଥର

ଜ୍ଞାନବୈଜୟନ୍ତୀ ତା'ର -୨ଥର

ଏଇ ମନ୍ଦିର ଆମ ମନ୍ଦିର

ଦିଶେ ସୁନ୍ଦର କେଡ଼େ ସୁନ୍ଦର (ଘୋଷା)


ସେ ହେଲେ ଫୁଲବଗିଚା

ଆମେ ତା ପରଜାପତି

ସେ ହେଲେ ନୀଳଆକାଶ

ଆମେ ତା'ର ଜହ୍ନରାତି -୨ଥର

ଆମେ ତା'ର ଜ୍ୟୋତି ତା ଆଖିରେ ମୋତି -୨ଥର

ସେ ତ ସ୍ପନ୍ଦନ ଆମର - ୨ଥର

ଏଇ ମନ୍ଦିର ଆମ ମନ୍ଦିର

ଦିଶେ ସୁନ୍ଦର କେଡ଼େ ସୁନ୍ଦର (୧)


ଆମେ ତ ହେବୁ ଦେବତା

ଯୋଗ୍ୟ ହେବୁ ଅର୍ଚ୍ଚନାର

ଆମପାଇଁ ପରା ଗଢ଼ା

ଏ ଦିବ୍ୟ ଶିଶୁମନ୍ଦିର -୨ଥର

ସୁଖରେ ଦୁଃଖରେ ହସରେ ଲୁହରେ -୨ଥର

ସେ ତ ପ୍ରେରଣା ଆମର -୨ଥର

ଏଇ ମନ୍ଦିର ଆମ ମନ୍ଦିର

ଦିଶେ ସୁନ୍ଦର କେଡ଼େ ସୁନ୍ଦର (୨)


ଆଜି ଆମେ ଛୋଟ ଛୋଟ

କଳ କଳ ନଦୀଝର

କାଲି ହେବୁ ମହାସ୍ରୋତ

ରଚିବୁ ମହାସାଗର -୨ଥର

ହସି ହସାଇବୁ ଦୁଃଖ ଘୁଞ୍ଚାଇବୁ -୨ଥର

ଗଢ଼ିବୁ ସୁନା ସଂସାର -୨ଥର

ଏଇ ମନ୍ଦିର ଆମ ମନ୍ଦିର

ଦିଶେ ସୁନ୍ଦର କେଡ଼େ ସୁନ୍ଦର -୨ଥର

ଉଡ଼ଇ ଆକାଶେ...

ଏଇ ମନ୍ଦିର... -୪ଥର



Rate this content
Log in

Similar oriya poem from Children