ସ୍ବାଗତିକା
ସ୍ବାଗତିକା
ଶାନ୍ତ ସୁଶୀତଳ ଶୁଭ ଲଗନେ
ଏଇ ମନଲୋଭା ଶିଶୁଉଦ୍ଯାନେ -୨ଥର
ଭକ୍ତି ନଇବେଦ୍ଯ କରି ସମର୍ପିତ -୨ଥର
କରୁ ସ୍ବାଗତ ସହାସ୍ୟ ବଦନେ
ଏଇ ସୁଶୋଭିତ ଶିକ୍ଷାସଦନେ
ଶାନ୍ତ ସୁଶୀତଳ.....(ଘୋଷା)
ଦେଖ ଆକାଶର ଯେତେ ତାରାଫୁଲ
ସ୍ବଚ୍ଛ ସରସୀରେ କେଡ଼େ ଝଲମଲ
ମନମୁକୁରରେ ଜହ୍ନ ପୂର୍ଣ୍ଣମୀର
ରୁପାଥାଳି ପରି ଦିଶେ ନିରିମଳ
ମଧୁମୟ କାଳେ ଗୀତ ତାଳେ ତାଳେ -୨ଥର
କରୁ ସ୍ବାଗତ ସହାସ୍ୟ ବଦନେ
ଏଇ ସୁଶୋଭିତ ଶିକ୍ଷାସଦନେ
ଶାନ୍ତ ସୁଶୀତଳ.....(୧)
ହୃଦେ ବିରାଜିତ ପ୍ରଣବ ଓଁକାର
ସଦା ଝରେ ତହୁଁ ମଧୁର ଝଙ୍କାର
ପ୍ରଜ୍ବଳିତ ହେଉ ପ୍ରଦୀପ ଜ୍ଞାନର
ଦୀପ୍ତିମନ୍ତ ହେଉ ଦକ୍ଷତା ମନର
ଏତିକି କାମନା ନିଶ୍ଚେ ହେବ ଘେନା -୨ଥର
କରୁ ସ୍ବାଗତ ସହାସ୍ୟ ବଦନେ
ଏଇ ସୁଶୋଭିତ ଶିକ୍ଷାସଦନେ
ଶାନ୍ତ ସୁଶୀତଳ.....(୨)
