STORYMIRROR

BULU BEHERA

Classics

4  

BULU BEHERA

Classics

ଦଣ୍ଡଯାତ୍ରାର ଆହ୍ୱାନ

ଦଣ୍ଡଯାତ୍ରାର ଆହ୍ୱାନ

1 min
230

ଶ୍ରୀ ଶ୍ରୀ ଶ୍ରୀ ସୁବର୍ଣ୍ଣେଶ୍ଵରଙ୍କୁ.......... ଭଜ ହେ

ଶ୍ରୀ ଶ୍ରୀ ଶ୍ରୀ ମହାମାୟୀ କାଳୀଙ୍କୁ....... ଭଜ ହେ

ଶ୍ରୀ ଶ୍ରୀ ଶ୍ରୀ ଦଣ୍ଡ ଗୋସାଇଁଙ୍କୁ ............ ଭଜ ହେ

ଶ୍ରୀ ଶ୍ରୀ ଶ୍ରୀ ଚମ୍ପା ଗୋସାଇଁଙ୍କୁ ............ ଭଜ ହେ

ଶ୍ରୀ ଶ୍ରୀ ଶ୍ରୀ କାଶୀ ବିଶ୍ୱନାଥଙ୍କୁ .............. ଭଜ ହେ

ଆସିଲା କଳା ପାହାଡ଼,  ଭାଙ୍ଗିଲା  ଲୁହାର  ବାଡ

ଶ୍ରୀ ଶ୍ରୀ ଶ୍ରୀ ରୁଦ୍ର ମହା କାଳୀଙ୍କୁ .............. ଭଜ ହେ

ଢୋଲ ଶବ୍ଦର ତାଳେ ତାଳେ ଦଣ୍ଡୁଆମାନେ

ହାତରେ ବାନା ଓ ପିଂଛ ମୁଠା ଧରି ସଭିଏଁ

ଦଳ ଦଳ ହୋଇ ଜୋରରେ ଡାକ ଦିଅନ୍ତି l

ଅତି ନିଘା ନିଷ୍ଠା ସହକାରେ ଦଣ୍ଡଯାତ୍ରାର

ନୀତି ନିୟମକୁ ସମସ୍ତେ ପାଳନ କରନ୍ତି l

ମାନସିକ ପୁର୍ଣ୍ଣ କରିବା ପାଇଁ ଦଣ୍ଡୁଆମାନେ

ରାମଚନ୍ଦ୍ର ଚଉଦ ବର୍ଷ ବନବାସ କଲା ପରି

ନିଜର ଘର ସଂସାରକୁ ଭୁଲି ଚଉଦ ଦିନ ପାଇଁ

ଭଲ ଭାବରେ ନ ଖାଇ ନ ପିଇ, ଉଜାଗରେ ରହି

ଖରା, ବର୍ଷା, ଓ ଶୀତର ପ୍ରକୋପକୁ ଖାତିର ନ କରି

ବହୁ ଦୂର ଦୁରାନ୍ତ ପଥ ଅତିକ୍ରମ କରି

ପାଦରେ ଚାଲି ଚାଲି ଦଣ୍ଡ ନାଟର ଦଣ୍ଡ କାମନାକୁ

ହସି ହସି ଅତି ମଉଜରେ କଷ୍ଟେ ମଷ୍ଟେ 

ସୁଚାରୁ ରୂପେ ସମ୍ପାଦନ କରିଥାନ୍ତି l

ମାଆ କାଳୀଙ୍କୁ ସୁମରଣା କରି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics