Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prafulla Chandra Mishra

Classics

4  

Prafulla Chandra Mishra

Classics

ସମ୍ଵରଣ ଓ ତପତୀ ବିବାହ

ସମ୍ଵରଣ ଓ ତପତୀ ବିବାହ

1 min
241



ସମ୍ବରଣ ଦିନେ ମୃଗୟା ବିନୋଦେ ଗହନ କାନନେ ବୁଲି

ମୃଗ ପଛେ ପଛେ ଧାବନ କରନ୍ତି ହାତେ ଧନୁଶର ଧରି ।।

ଏବେଳେ ବିଜନ ଲତିକା ଗହଳୁ ନାରୀ ର ବିକଳ ସ୍ଵର

ଶୁଣି ସମ୍ବରଣ ସହସା ଚକିତେ ଗତିପଥ ହେଲା ସ୍ଥିର ।।


ଶବଦ ନିର୍ଗତ ଦିଗ ସ୍ଥିର କରି ତତ୍-କ୍ଷଣେ ରାଜନ ଧୀରେ

ଗ୍ରସରେ ରାଜା ଅଦୂରୁ ଦେଖିଲେ ପଡ଼ି ରାକ୍ଷସ କବଳେ ।।

ଅପରୂପା ବାଳା ସେ ନବ ଛଇଳା ବିକଳେ ରୋଦନ କରେ

ରକ୍ଷାକର ରକ୍ଷାକର ବୋଲି ବାଳା ଚିତ୍କାର କରେ ଆକୁଳେ ।।


ବ୍ୟାଧ ଫାସ ଜାଲେ ମୃଗୁଣୀ ଯେମନ୍ତ ପଡି ଛଟପଟ ହୁଏ

ତେମନ୍ତ ୟେ ବାଳା ରାକ୍ଷସ କବଳେ ପଡ଼ି ଉଚେ ଡାକ ଦିଏ ।।

କାମୁକ ପିପାଷୁ ରାକ୍ଷସ ନିର୍ଦୟେ ଓଟାରଇ ବାମା କର

ଏ ଦେଖି ରାଜନ ଗର୍ଜନ କରିଲେ ନାହିଁ କିରେ ତୋର ଡର ।।


ମୋ ରାଜ୍ୟରେ ନାରୀ ନିର୍ଯାତନା ଦେଲୁ ତୋପାଞ୍ଜି ପୋଛିଲି ଯମ

ଭୟରେ ରାକ୍ଷସ ଶରଣ ପସିଲା ରକ୍ଷାକର ନର ରାଣ ।।

ରାଜାଙ୍କ ନିର୍ଦ୍ଦେଶେ ରାକ୍ଷସ ସେ କ୍ଷଣ ହୋଇଗଲା ଅର୍ନ୍ତଧ୍ୟାନ

ସମ୍ବରଣ ଉଭା ସୁନ୍ଦରୀ ସମ୍ମୁଖେ ଚାରିଆଖିର ମିଳନ ।।


ଲାଜକୁଳୀ ଲତା ସମାନ ସୁନ୍ଦରୀ ରାଜାଙ୍କୁ ଦେଖି ସମ୍ମୁଖେ

ଝାଉଁଳି ପଡିଲା ସେ ନବଛଇଳା ପ୍ରେମ ଜର ଜର ଲାଜେ ।।

ରାଜା ପୁଛାକଲେ କୁହ କୁହ ଦେବୀ କେଉଁ ଠାରେ ତୁମ ଘର

ଏକାକିନୀ ଘନ କାନନ ଭିତରେ କିଏ ତୁମର ପିଅର ।।


ସବିତା ମୋ ପିତା ମୁଁ ତାଙ୍କ ଦୁହିତା ତପତୀ ନାମ ମୋହର

ଦୈତ୍ୟବଳୁ ରକ୍ଷାକରି ତ ଯୁକ୍ତିରେ ତୁମେ ମୋ ପ୍ରାଣ ଈଶ୍ୱର ।।

ତୁମ ପାଦତଳେ ମୋମନ ଜୀବନ କରୁଅଛି ସମର୍ପଣ

ଉପେକ୍ଷା ନକରି ଘେନାକରି ମୋରେ ହୃଦୟେ ଦିଅହେ ସ୍ଥାନ ।।


ତୁମବିନା ଏହି ଜୀବନ ଅଧୁରା ତୁମ ପ୍ରେମେ ହେଲି ବାଇ

ଗ୍ରହଣ କରହେ ତବ ଦାସୀ ପଦେ ସମ୍ବରଣ ନରସାଇଁ ।। 

ଏକଥାା ଜାଣିଲେ ସବିତା ଦେବତା ସମ୍ଵରଣ ଙ୍କୁ “ଜାମାତା

ପଦରେ” ବରଣ କରି ରଖିଗଲେ ଅଲିଭା ପୁରାଣ କଥା ।।



Rate this content
Log in