STORYMIRROR

Ramachandra Bhutia

Classics Inspirational

4  

Ramachandra Bhutia

Classics Inspirational

ହୃଦୟ ରଥ

ହୃଦୟ ରଥ

1 min
234

କରୁଛି ଜଣାଣ ହେ ଚକାନୟନ

ଗୋବିନ୍ଦ ଶ୍ରୀଦେବରାଜେ     ।

ନନ୍ଦିଘୋଷ ନୁହଁ ମୋ ହୃଦୟ ରଥେ

ହୋଇବକି ଥରେ ବିଜେ     ।।


ଆତ୍ମବେଦୀ ପରେ କରନ୍ତ ବିଶ୍ରାମ 

ଟାଣି ସତ୍ୟ ଚନ୍ଦ୍ରାତପ     ।

ନୟନ ବାରିରେ ପୟର ଧୁଅନ୍ତି 

ଶ୍ରୀବିଷ୍ଣୁ ଶ୍ରୀବିଶ୍ୱରୂପ      ।।


ପଦସେବା ଯା'ର କରନ୍ତି ମାଆ ଲକ୍ଷ୍ମୀ 

କେଉଁ ଦ୍ରବ୍ୟ ତାଙ୍କୁ ଦେବି  !?

ଶେଷନାଗ ଯା'ର ତୂଳୀତଳ୍ପ ଶଯ୍ୟା 

କି ଆସନ ତାଙ୍କୁ ଦେବି   !?  ।।


ଚଉଦ ବ୍ରହ୍ମାଣ୍ଡ କରତା, ହେ ସ୍ବାମୀ, 

ମୁଁ ତ ଏକ ପାପ କୀଟ     ।

ତୁମ୍ଭ ପଦ ସ୍ପର୍ଶେ କଟୁ ସର୍ବ ପାପ 

ଚିନ୍ତାମଣି ଚିନ୍ତାକଳ୍ପ       ।।


ରାଜରାଜେଶ୍ଵର ହେ ପରମେଶ୍ବର 

ଅଖିଳ ବ୍ରହ୍ମାଣ୍ତ ପତି       ।

ଜଗତର ନାଥ ଅରକ୍ଷ ରକ୍ଷକ 

ପତିତ ଜନର ଗତି       ।।


ନାହିଁ ପରିସୀମା ତୁମ୍ଭର ମଣିମା 

ତୁମ୍ଭେ ପରା ସର୍ବବ୍ୟାପୀ     ।

ତ୍ରିଦଶ ସ୍ମରନ୍ତି ୠଷି ଭଜୁଛନ୍ତି, 

ଭଜୁଛନ୍ତି ପାପୀ ତପୀ      ।।


ହୃଦୟ ଆବିଳ ଦୟା ପାରାବାର 

ପାପ ପଙ୍କରେ ପଙ୍କିଳ      ।

ବାରଣ ତାରଣ ଆରତ ନାଶନ 

କର ହେ ବାରେ ଉଦ୍ଧାର     ।।


ଅନାଥର ନାଥ ଆହେ ଜଗନ୍ନାଥ 

ଶ୍ରୀଛାମୁରେ ଏହି ଅଳି      ।

ପାର କରିଦେବ ଏହି ଭବ ସିନ୍ଧୁ 

ଢାଳି ତୁମ୍ଭ କୃପା ବାରି       ।।


ସମର୍ପି ଦେଇଛି ଆତ୍ମା ତନୁ ମନ 

ତୁମ୍ଭର ଶ୍ରୀପଦ୍ମପାଦେ       ।

ନାମ ମକରନ୍ଦ ପାନ କରୁଥିବି 

ଭଜୁଥିବି ଶ୍ରୀରାଧେ ରାଧେ    ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics